ମହିଳା ଗୋଷ୍ଠୀର ସଦସ୍ୟ ମାନଙ୍କୁ ନେଇ ଦଶ ଦିନିଆ ତାଲିମ ଶିବିର ଉଦଯାପିତ
ସାକ୍ଷୀଗୋପାଳ ------- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ବୀରଗୋବିନ୍ଦପୁର ସ୍ଥିତ ଗ୍ରାମ କୃଷି ବିକାଶ ପରିଷଦର ମୁଖ୍ୟ କାର୍ଯ୍ୟାଳୟର ତାଳିମ ଗୃହ ପରିସରରେ ଦଶ ଦିନିଆ ଖାଦ୍ୟ ପ୍ରକିୟା କରଣ ଫଳ ଓ ପନିପରିବା ସଂରକ୍ଷଣ ତାଲିମ ଶିବିର ଗୁରୁବାର ଉଦଯାପିତ ହୋଇଯାଇଛି । ନାବାର୍ଡ ଏହି ତାଲିମ ଶିବିର ପାଇଁ ଆର୍ଥିକ ସହାୟତା ଯୋଗାଇ ଦେଇଥବା ବଳେ ଗ୍ରାମ କୃଷି ବିକାଶ ପରିଷଦ ଆୟୋଜନ କରିଥିଲା । ବିଭିନ୍ନ ଗ୍ରାମ ପଞ୍ଚାୟତରୁ ପ୍ରାୟ ୩୦ ଜଣ ମହିଳା ଦଶ ଦିନ ଧରି ପନି ପରିବା ସଂରକ୍ଷଣ ରଖିବା ସହ ଜାମ, ଜେଲି, ଆଚାର, ସ୍ୱାସ୍କ, ବରଫ, ହଲିକ୍ସ, ପ୍ରୋଟିନ ରୁଟି ଆଦି ଖାଦ୍ୟ ସାମଗ୍ରୀ ପ୍ରସ୍ତୁତି କରିବା ପ୍ରଣାଳୀ ଶିଖିଥଲେ । ଉଦଯାପନ ଉତ୍ସବରେ ସାମ୍ବାଦିକ ଧୀରେନ୍ଦ୍ର ସେନାପତି
ଅଧ୍ୟକ୍ଷତା କରିଥିଲେ । ସତ୍ୟବାଦୀ ବ୍ଳକ ବିଡିଓ କ୍ଷୀରୋଦ କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ତାଲିମ ନେଇଥିବା ମହିଳା ମାନଙ୍କୁ ଉତ୍ସାହିତ କରିଥିଲେ । ସମ୍ମାନୀୟ ଅତିଥି ଭାବେ ଡ. ସୁଦର୍ଶନ ବେହେରା ଯୋଗଦେଇ ମହିଳା ମାନଙ୍କୁ ନିଜ ନିଜର ଆବଶ୍ୟକତା ଅନୁଯାୟୀ ସାମଗ୍ରୀ ପ୍ରସ୍ତୁତ କରିବା ପାଇଁ କହିବା ସହ ପ୍ରଶିକ୍ଷାର୍ଥୀ ମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରିଥିଲେ । ଏହି ଅବସରରେ ମା ମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ସମାଗ୍ରୀର ଏକ ପ୍ରଦର୍ଶନୀ କରାଯାଇଥିଲା । ଗ୍ରାମ କୃଷି ବିକାଶ ପରିଷଦର ସାଧାରଣ ସମ୍ପାଦକ ପ୍ରତାପ କୁମାର ପାହାନ୍ତାସିଂହ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଟ୍ରେନର ଭାବେ ଭୁବନେଶ୍ୱର ମହିଳା ଶିଶୁ ବିକାଶ ମନ୍ତ୍ରଣାଳୟର ମନୋଜ ବାରିକ ଓ ସଂଜୁକ୍ତା ପାହାନ୍ତାସିଂହ ଦଶଦିନ ଧରି ମହିଳା ଗୋଷ୍ଠୀର ମା ମାନଙ୍କୁ ତାଲିମ ପ୍ରଦାନ କରିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୨୫/୩/୨୦୨୧---୯, ୨୫