ବେରବୋଇ ଗାନ୍ଧୀପୀଠରେ କୃଷକ ଅଧିକାର ସଂଗଠନ ଦଳକୁ ସ୍ୱାଗତ
ଡେଲାଙ୍ଗ--- କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଶୀତ ତିନୋଟି କୃଷି ଆଇନକୁ କଳା ଆଇନ ବୋଲି ବିଭିନ୍ନ ରାଜନୈତିକ ସଂଗଠନ ସହିତ କୃଷକ ସଂଗଠନ ଦାବି କରି ଆସିଛି । ଏହାକୁ ତୁରନ୍ତ ପ୍ରତ୍ୟାହାର କରିବା ଓ ଜନସଚେତନତା କରିବା ନେଇ୧୨ଟି କୃଷକ ସଂଗଠନର ପ୍ରତିନିଧି ମାନେ ୨୨ ତାରିଖରୁ ପାରାଦ୍ୱୀପ ଠାରୁ ବାହାରିଛନ୍ତି । ଏହି କୃଷକ ନେତା ମାନେ ବିଭିନ୍ନ ସ୍ଥାନରେ ପ୍ରଥପ୍ରାନ୍ତ ସଭା ମାଧ୍ୟମରେ କୃଷକ ଓ ଜନସାଧାରଣଙ୍କୁ ସେହି କଳା ୩ଟି ଆଇନ ସମ୍ପର୍କରେ ଅବଗତ କରାଉଛନ୍ତି । ଏହି ଅବସରରେ ୨୨ ତାରିଖରେ ଏହି ଅଭିଯାତ୍ରୀ ଦଳଡେଲାଙ୍ଗ ବେରବୋଇ ଗାନ୍ଧୀପୀଠ ଠାରେ ପହଞ୍ଚିଥିଲେ । ଏଠାରେ କୃଷକ ମହାସଂଘର ରାଜ୍ୟ ସଭାପତି ଅଶୋକ ପ୍ରଧାନଙ୍କ ସହ କିଷାନ ପଟ୍ଟନାୟକ, ଗୋପାଳ ସ୍ୱାଇଁ, ରାମଚନ୍ଦ୍ର ମହାରଣା ତାଙ୍କୁ ସ୍ୱାଗତ କରିବା ସହ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ପରେ ପରେ ଏକ ଶୋଭାଯାତ୍ରାରେ ଡେଲାଙ୍ଗ ରାମଚନ୍ଦ୍ରପୁର ସ୍ଥିତ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା । ସେଠାରୁ ଡେଲାଙ୍ଗ ହାଟ ବଜାର ବିଜୁ ପଟ୍ଟନାୟକ ଛକରେ ଏକ ପ୍ରଥପ୍ରାନ୍ତ ସଭାର ଆୟୋଜନ କରାଯାଇଥିଲା । ଏଥିରେ କେନ୍ଦ୍ର ସରକାରଙ୍କ ପ୍ରଶୀତ ୩ଟି କଳା କୃଷକ ଆଇନ ଓରାଜ୍ୟ ସରକାରଙ୍କ କୃଷି ଓ କୃଷକ ମାରଣ ନିତି ସମ୍ପର୍କରେ ନାରାବାଜି କରିବା ସହ ସଂଶୋଧିତ କୃଷି ଆଇନକୁ ସବୁ ସ୍ତରରେ ସମର୍ଥନ କରିବା ପାଇଁ ନିବେଦନ କରାଯାଇଥିଲା । ଏଥିରେ କୃଷିନେତା ତଥା ସଂଗଠନର ମୁଖପାତ୍ର ପ୍ରଫୁଲ୍ଲ ସାମନ୍ତରା, ଓଡିଶା କୃଷକ ସଭାର ସୁରେଶ ପାଣିଗ୍ରାହୀ, କିଷାନ ସଂଗଠନର ବାସୁଦେବ ଦାସ, ଉନସାଫର ନରେନ୍ଦ୍ର ମହାନ୍ତି, ହରିଶ୍ଚନ୍ଦ୍ର ମିଶ୍ର, କ୍ରାନ୍ତିକାରୀ କୃଷକ ସଭାର ଶଙ୍କର ସାହୁ, କୃଷକ କ୍ଷେତ ମଜଦୁର ସଂଗଠନର ନିରଞ୍ଜନ ମହାନ୍ତି ପ୍ରମୁଖ କୃଷକ ନେତା ମାନେ ଏଥିରେ ସାମିଲ ହୋଇଥିବାର ଦେଖାଯାଇଥିଲା ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୨୩/୩/୨୨୧----୧୨,୦୦