ସତ୍ୟବାଦୀରେ ୧୫ତମ ବକୁଳବନ ମହୋତ୍ସବ ଉଦଯାପିତ
ସାକ୍ଷୀଗୋପାଳ-----ସତ୍ୟବାଦୀ ପଞ୍ଚସଖା ସ୍ମୃତି ପାଠାଗାର ପରିସରରେ ୧୫ ତମ ବକୁଳବନ ମହୋତ୍ସବ ପାଳିତ ହୋଇଯାଇଛି । ମହୋତ୍ସବ ଆରମ୍ଭରୁ ପଞ୍ଚସଖାଙ୍କ ସମାଧିପୀଠ ଓ ପାଠଗାର ପରିସରରେ ଥିବା ପ୍ରତିମୂର୍ତ୍ତିରେ ଅତିଥି ମାନେ ମାଲ୍ୟର୍ପଣ କରିବା ସହ ଜଗନ୍ନାଥଙ୍କ ଫଟୋ ନିକଟରେ ପ୍ରଦ୍ୱୀପ ପ୍ରଜ୍ୱଳନ କରିଥିଲେ । ବକୁଳବନ ମହୋତ୍ସବ ଅନୁଷ୍ଠାନର ଆବାହକ ତଥା କବି ସଚ୍ଚିକାନ୍ତ ବିଶ୍ୱାଳ କହିଥିଲେ ଗୋପବନ୍ଧୁଙ୍କ ସହିତ ପଞ୍ଚସଖାଙ୍କ ଆଦର୍ଶ, ନୀତି ପ୍ରଚାର ପ୍ରସାର କରିବା ଏହି ମହୋତ୍ସବର ମୁଖ୍ୟ ଲକ୍ଷ୍ୟ ବୋଲି ଶ୍ରୀ ବିଶ୍ୱାଳ କହିଥିଲେ । ମହୋତ୍ସବ ଆରମ୍ଭରୁବିଭିନ୍ନ ଅଞ୍ଚଳରୁ ଆସିଥିବା ୩୦ ଜଣ କବି କବୟତ୍ରୀ ମାନେ ସ୍ୱରଚିତ କବିତା ପାଠ କରିଥିଲେ ।ଏହି କାର୍ଯ୍ୟକ୍ରମକୁ ବକୁଳବନ ମହୋତ୍ସବ କମିଟିର ଉପ ସଭାପତି ମାନସ ରଞ୍ଜନ ପଟ୍ଟନାୟକ ପରିଚାଳନା କରିଥିବା ବେଳେ କବୟତ୍ରୀ ସୁନନ୍ଦା ମହାନ୍ତି,କବି ନିରଞ୍ଜନ ବରାଳ କବିତା ପାଠୋତ୍ସବ ସଂଯୋଜନା କରିଥିଲେ ।
ବକୁଳବନ ମହୋତ୍ସବର ମୁଖ୍ୟ ଅତିଥି ଭାବେ ପୂର୍ବତନ ସାଂସଦ ତଥା କବି ଡ, ପ୍ରସନ୍ନ ପାଟ୍ଟଶାଣୀ େଂଯାଗ ଦେଇ ବକୁଳବନ ସୁରକ୍ଷା, ଆମ ଭାଷା, ଆମ ସଂସ୍କୃତି, ଆମ ପରମ୍ପରା, ଆମଐତିହ୍ୟକୁ ଯେଉଁଦିନ ରକ୍ଷା କରି ପାରିବା ସେ ଦିନ ବକୁଳବନ ମହୋତ୍ସବ ପାଳନ କରିବା ଯର୍ଥାଥ ବୋଲି ଶ୍ରୀ ପାଟ୍ଟଶାଣୀ କହିଥିଲେ ।ଏପରିକି ସତବ୍ୟଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ସତ୍ୟବାଦୀର ଉନ୍ନତି ପାଇଁ ଯେଉଁପରି କାର୍ଯ୍ୟକ୍ରମ କରୁଛନ୍ତି ତାଙ୍କୁ ସାଧୁବାଦ ଦେବା ଦରକାର ବୋଲି ମତ ପ୍ରକାଶ କରିଥିଲେ । ସମ୍ମାନୀୟ ଅତିଥି ଭାବେ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର , ସୀତା ବଲ୍ଲଭ ମିଶ୍ର, ପଶୁରାମ ଦ୍ୱବେଦୀ, ରମାକାନ୍ତ ମିଶ୍ର, ରାମନାରାୟଣ ମିଶ୍ର ଓ ଅମର ନନ୍ଦ ପ୍ରମୁଖ ଯୋଗଦେଇ ପଞ୍ଚସଖାଙ୍କ ସ୍ମୃତି ଗାନ କରିବା ସହ ବକୁଳବନ ସୁରକ୍ଷା କଥା ଆଲେଚନା କରାଯାଇଥିଲା ।
ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ଶିକ୍ଷକ, ଶିକ୍ଷୟତ୍ରୀ, ଲେଖକ, ଗବେଷକ, ଡାକ୍ତର, ଚିତ୍ରକାର, ସାହିତ୍ୟକ, ସାମ୍ବାଦିକ, ନାଟ୍ୟକାର, ସମାଜସେବୀ, ଶିଶୁ ପ୍ରତିଭା ମାନଙ୍କୁ ଅନୁଷ୍ଠାନ ପକ୍ଷରୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନୀତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ସାଧୁଚରଣ ବେହେରା ସଭାପତିତ୍ୱ କରିଥିବା ବେଳେ କାର୍ଯ୍ୟକାରୀ ସଭାପତି ରବିନ୍ଦ୍ର ନାଥ ଷଡଙ୍ଗୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ସୀତା ବଲ୍ଲଭ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ । ଅନୁଷ୍ଠାନର ସମ୍ପାଦକ ଯଯାତି କୋଶରୀ ରାୟ ସମ୍ପାଦକୀୟ ବାର୍ଷିିକ ବିବରଣି ପାଠ କରିଥିଲେ । ଅତିଥି ମାନଙ୍କ ଦ୍ୱାରା ବକୁଳବନର ବାର୍ତ୍ତା ପୁସ୍ତକ ଉନ୍ମୋଚିତ କରାଯାଇଥିଲା । ଅନୁଷ୍ଠାନର ସଦସ୍ୟ ପ୍ରଫୁଲ ମିଶ୍ର ଧନ୍ୟବାଦ ଦେଇଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୨/୩/୨୦୨୧---୮,୦୫