ଝରାପାଲି ଗ୍ରାମ ଠାରେ ୧୬ ପ୍ରହରୀ ନାମ ଯଜ୍ଞ
ସାକ୍ଷୀଗୋପାଳ ନିଉଜ୍ର :-ବରଗଡ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ସଂକ୍ରିଡା ପଞ୍ଚାୟତ ଝରାପାଲି ଗ୍ରାମ ଠାରେ ୧୬ ପ୍ରହରୀ ନାମ ଯଜ୍ଞ ଆରମ୍ଭ ହୋଇ ଯାଇଛି। ଏହା ତିନିଦିନ ଧରି ପାଳନ ହେବ। ଏଥିରେ ମୁଖ୍ୟ କର୍ତ୍ତା କର୍ତ୍ତୀ ଭାବରେ ଯୋଗେଶ୍ବର ଭୂଏ ଓ ବନିତା ଭୁଏ କାର୍ଯ୍ୟ ତୁଲାଉଛନ୍ତି। ଆଜି କଳସ ଯାତ୍ରା ହୋଇ ପୂଜା କାର୍ଯ୍ୟ ଆରମ୍ଭ ହୋଇଛି। ଏଥିରେ ଝରାପାଲି ଗ୍ରାମବାସୀ ସହଯୋଗ କରୁଛନ୍ତି।ମୁଖ୍ୟ ପଣ୍ଡିତ ଭାବରେ ଧ୍ରୁବ ଚରଣ ତ୍ରିପାଠୀ ପୂଜ କାର୍ଯ୍ୟ ତୁଲାଉଛନ୍ତି।
ଭେଡେନ ରୁ ଭବାନୀଶଙ୍କର ପାଢୀ ଙ୍କ ରିପୋର୍ଟ ,୨୬/୩/୨୦୨୧----୧୦,୫୦