Breaking News

କଥା ରଖିଲେ ; ଅଗ୍ନିବିପନ୍ନ ପରିବାରଙ୍କୁ ସରକାରୀ ସହାୟତା ଯୋଗାଇଦେଲେ ତହସିଲଦାର


 ଡେଲାଙ୍ଗ ----- ଡେଲାଙ୍ଗ ଥାନା ଅନ୍ତର୍ଗତ ଶ୍ରୀପୁରୁଷୋତ୍ତମପୁର ଗ୍ରାମ ପଞ୍ଚାୟତର ଚିତ୍ତଳପୁର ଗ୍ରାମରେ ବୁଧବାର ଅଗ୍ନିକାଣ୍ଡ ଘଟି ୫ଟି ପରିବାରର ୧୦ ବଖରା ଘର ପୋଡି ପାଉଁଶ ହୋଇଯାଇଥିଲା । ଏପରିକି ଉକ୍ତ ପରିବାରଙ୍କର ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ ହୋଇଥିଲା । ଖବର ପାଇ ଡେଲାଙ୍ଗ ଥହସିଲଦାର ମହୋନ୍ଦ୍ର ବଡାଇ ଘଟଣାସ୍ଥଳ ପରିଦର୍ଶନ କରି ସରକାରୀ ସାହାର୍ଯ୍ୟ ତୁରନ୍ତ ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେଇଥିଲେ ।

ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ତହସିଲଦାର ଶ୍ରା ବଡାଇ ପ୍ରବୀର ମହାପାତ୍ର, ସୁଶାନ୍ତ ମହାପାତ୍ର, ବଳରାମ ମହାପାତ୍ର, ଶ୍ରୀକାନ୍ତ ମହାପାତ୍ର ଓ ରବିନ୍ଦ୍ର ମହାପାତ୍ରଙ୍କୁ ୩୮୦୦ଶହ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଏହି ଆର୍ଥିକ ସହାୟତା ପ୍ରଦାନ ସମୟରେ ସ୍ଥାନୀୟ ସରପଞ୍ଚ  ବାଲୁଙ୍କେଶ୍ୱର ମହାପାତ୍ର ଉପସ୍ଥିତ ରହିଥିଲେ । ଅଗ୍ନିବିପନ୍ନ ପରିବାରଙ୍କୁ ବହୁ ଶିଘ୍ର ଆବାସ ଯୋଜନା ଯୋଗାଇ ଦିଆଯିବ ବୋଲି ତହସିଲଦାରଙ୍କ ଠାରୁ ସୁଚନା ମିଳିଛି ।




 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୨୭/୩/୨୦୨୧---୪,୩୫

Blog Archive

Popular Posts