ଡେଲାଙ୍ଗ--- ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ଶ୍ରୀପୁରୁଷୋତ୍ତମପୁର ନୋଡାଲ ଉଚ୍ଚ ବିଦ୍ୟାଳୟରେ ଜାତୀୟ ଜଳ ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜଳନ୍ଧର ବେହେରା ସଭାପତିତ୍ୱ କରିଥିଲେ । ବିଜ୍ଞାନ ଶିକ୍ଷକ ରତ୍ନାକର ଚମ୍ପତି ଓ ମିହିର ମିଶ୍ର ଜାତୀୟ ଜଳ ଦବିସ ସମ୍ପର୍କରେ ମତ ରଖିଥଲେ ।ଶିକ୍ଷକ ସନ୍ତୋଷ କୁଣ୍ଡୁ ବସନ୍ତ କୁମାର ପ୍ରଧାନ ଉପସ୍ଥିତ ଥିବା ଛାତ୍ର ଛାତ୍ରୀ ମାନଙ୍କୁ ଆଜିର ଦିନରେ ଜଳର ଆବଶ୍ୟକତା ଉପରେ ଆଲେଚନା କରିଥିଲେ । ଶିକ୍ଷୟତ୍ରୀ ବିନୋଦିନୀ ମହାପାତ୍ର ନିଜ ମନ୍ତବ୍ୟରେ କହିଥିଲେ ଯେ ରାସ୍ତା କରରେ ଥିବା ପାଣି ଟ୍ୟାପରୁ ଯେପରି ପାଣି ନଷ୍ଟ ନ ହୁଏ ବା କୌଣସି ବ୍ୟକ୍ତି ବିଶେଷ ପାଣି ନଷ୍ଟ କରୁଥିବା ନଜରକୁ ଆସିଲେ ତାଙ୍କୁ ସଚେତନତା କରିବା ଜରୁରୀ ବୋଲି କହିଥିଲେ । ଏହି ଅବସରରେ ବକ୍ତୁତା ଓ ସଂଗୀତ ପ୍ରତିଯୋଗିତା କରାଯାଇଥିଲ।। ବକ୍ତୁତାରେ ନିର୍ଲିପ୍ସା ମହାପାତ୍ର ସଂଗୀତରେ ଶୁଭଲକ୍ଷ୍ମୀ ମହାପାତ୍ରଙ୍କୁ ପ୍ରଧାନ ଶିକ୍ଷକ ମାନପତ୍ର ପ୍ରଦାନ କରିଥିଲେ । ଶିକ୍ଷକ ସତ୍ୟବ୍ରତ ମିଶ୍ର, ସହକର୍ମୀ ଶିବ ପ୍ରସାଦ ଶତପଥୀ. ରବୀନ୍ଦ୍ର ବିଶ୍ୱାଳ, ଲଳିତ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶିକ୍ଷୟତ୍ରୀ ସ୍ନେହଲତା ସାହୁ ଧନ୍ୟବାଦ ଦେଇଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୨୩/୩/୨୨୧----୧୨,୦୫