Breaking News

ପୈାରାଞ୍ଚଳର ରଘୁନାଥ ନଗରରେ ଏବେ ଠାରୁ ଜଳ ସମସ୍ୟା ଉତ୍କଟ,ପୈାରନିର୍ବାହୀ ୱାର୍ଡବାସୀଙ୍କୁ ଭୂଆଁ ବୁଲାଇ ଚାଲିଛନ୍ତି

 

jatani N.A. C ur ragunath Nagarera pani samayasha lagishi

ଜଟଣୀ-----ଜଟଣୀ ପୈାରପରିଷଦ ଅଧିନସ୍ଥ ୱାର୍ଡନଂ ୧୦ରଘୁନାଥ ନଗରରେ ଦିର୍ଘ ୪ମାସ ହେବ ପାନୀୟଜଳ ଯୋଗାଣ ବନ୍ଦ ରହିଛି ।  ସାଢେ ୩ଶହ ପରିବାର ନାହିଁ ନଥିବା ଅସୁବିଧାର ସମୁଖୀନ ହେଉଛନ୍ତି ।  ୱାର୍ଡରେଥିବା ୫ଟି ନଳକୂପ ମଧ୍ୟରୁ କେତୋଟି ଅଚଳ ହୋଇ ପଡିଥିବା ବେଳେ ଆଉ କେତୋଟିରୁ ଲୁହାଗୁଣ୍ଡ ମିଶା ପାଣି ବାହାରୁଛି । ଫଳରେ ଏହା ବ୍ୟବହାରଯୋଗ୍ୟ ହୋଇପାରୁ ନାହିଁ । ଅନ୍ୟପଟେ ପୈାରନିର୍ବାହୀ ଅଧିକାରୀ ଦିଲିପ କୁମାର ମହାନ୍ତୀ ସହରସାରା ଲୋକଙ୍କୁ ପାନୀୟଜଳ ଯୋଗାଣ ହେଉଥିବା ନେଇ ଭୂଆଁ ବୁଲାଇ ଚାଲିଛନ୍ତି । ଏହି ୱାର୍ଡରେ ରହୁଥିବା ଅଧିକାଂଶ ପରିବାର ଶ୍ରମିକ ଶ୍ରେଣୀର ହୋଇଥିବାରୁ ସେମାନଙ୍କ ପରିବାର ଲୋକେ କାର୍ଯ୍ୟ ଅନ୍ୱେଷଣରେ ସକାଳୁ ବାହାରି ଯାଆନ୍ତି । ଘରର ମହିଳାମାନଙ୍କୁ ପରିବାର କଥା ବୁଝିବାକୁ ପଡିଥାଏ । ଏପଟେ ପାଣି ନ ଆସିବାରୁ ନଳକୂପନିକଟରେ ଲମ୍ବାଲାଇନ ଲଗାଇ ପାଣି ନେବାକୁ ପଡିଥାଏ । ମହିଳାମାନଙ୍କର କୈାଣସି ସମସ୍ୟା ଦେଖାଦେଲେ ସେହିଦିନ ପୁରୁଷମାନଙ୍କୁ ପାଣି ଆଣିବାକୁ ପଡିଥାଏ । ବର୍ତମାନ ସମୟରେ ୱାର୍ଡ ସମସ୍ୟା ବୁଝିବାଲାଗି କାଉନସିଲରମାନଙ୍କ କାର୍ଯ୍ୟ ଅବଧୀ ସରିଯାଇଥିବା ବେଳେ ପୈାରନିର୍ବାହୀ ଅଧିକାରୀ କାହାରି ସମସ୍ୟା ବୁଝୁନଥିବା ବିଭିନ୍ନ ୱାର୍ଡର ବାସିନ୍ଦାମାନେ ଗଣମାଧ୍ୟମ ପ୍ରତିନିଧୀମାନଙ୍କ ନିକଟରେ ଗୁହାରି କରିଛନ୍ତି  ।  ୱାର୍ଡବାସୀ ପୈାରନିର୍ବାହୀ ଅଧିକାରୀଙ୍କୁ ଭେଟିଥିଲେ ମଧ୍ୟ କାହାରି କୈାଣସି କାର୍ଯ୍ୟ କରୁନଥିବା କହିଛନ୍ତି ୱାର୍ଡବାସୀ । ତେଣୁ କୈାଣସି ସମସ୍ୟା ସମ୍ପର୍କରେ ଗଣମାଧ୍ୟମ ଯଦି ପୈାରନିର୍ବାହୀ ଅଧିକାରୀ ଦିଲିପ କୁମାର ମହାନ୍ତୀଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରୁଛନ୍ତି ତେବେ ଅଧିକାରୀ ଜଣଙ୍କ ଫୋନ ଉଠାନ୍ତି ନାହିଁ । କାର୍ଯ୍ୟାଳୟରେ ସାକ୍ଷାତ କରିବାକୁ ଗଲେ କାର୍ଯ୍ୟାଳୟରୁ ଉଠି ପଦାକୁ ବାହାରି ଆସିଥାନ୍ତି । ତେଣୁ ଜଟଣୀ ପୈାରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟକଳାପ ଚରିତ୍ରକୁ ନେଇ ସହରବାସୀ ଓ ଗଣମାଧ୍ୟମ ପ୍ରତିନିଧୀମାନେ ସନ୍ଦେହ ସୃଷ୍ଟି ଜାତ ହୋଇଛି । ଏହିପରି କିଛି ସମସ୍ୟାକୁ ନେଇ କେତେକ ଗଣମାଧ୍ୟମର ପ୍ରତିନିଧୀ ଭେଟି ଲୋକମାନଙ୍କର ପାଣି ସମସ୍ୟା ଉପୁଜୁଥିବା ବେଳେ ପୈାରପରିଷଦର ୯ଟି ଟ୍ୟାଙ୍କର କାହିଁକି ଖତଗଦାରେ ପଡିଛି ବୋଲି ପ୍ରଶ୍ନକରିବାରୁ  ସେ ତାଙ୍କ ଉତରରେ କହିଥିଲେ ଯେ, ଜଟଣୀର ପାଣି ସମସ୍ୟା ଦୂର ହୋଇଗଲା । ଆଉ ଅଯଥାରେ ଟ୍ୟାଙ୍କର ପ୍ରତି କାହିଁକି ଖର୍ଚ୍ଚାନ୍ତ ହେବି ବୋଲି କହନ୍ତି ।  ଅନ୍ୟପକ୍ଷରେ ଜଟଣୀ ପୈାରପରିଷଦର ଉନ୍ନତିମୂଳକ କାର୍ଯ୍ୟରେ ଅନେକ ହେରଫେର କରାଯାଇଥିବା ନେଇ ୱାର୍ଡ ବାସୀ ଆଶଙ୍କା କରିଛନ୍ତି । ତେଣୁ ରାଜ୍ୟ ସରକାରଙ୍କ ୫ଟି ଓ ଭିଜିଲାନ୍ସ ତଦନ୍ତ କରିବାକୁ ପୌରାଞ୍ଚଳ ବାସି ଦାବି କରିଛନ୍ତି ।


jantani N,A,c ur ragunath Nagarera Water samasya lagishi , Jataniur Raganath Bheera, 19/3/2021---9,15 P.,M 

 ଜଟଣୀରୁ  ରଙ୍ଗନାଥ ବେହେରା, ୧୯/୩/୨୦୨୧-----୯,୧୫


Blog Archive

Popular Posts