ବିବାଦୀୟ ରାସ୍ତା ପରିଦର୍ଶନ କଲେ ବିଧାୟକ ; ରାସ୍ତା କାମ ଚାଲିବା ପାଇଁ ବିଧାୟକ ଦେଲେ ନିର୍ଦ୍ଦେଶ
ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକ ପରିସରରେ ଥିବା ଅଠେଇସ ଗ୍ରାମ ରାସ୍ତାକୁ ବ୍ଳକ ପ୍ରଶାସନ ପକ୍ଷରୁ ବନ୍ଦ କରାଯାଇ ବ୍ଳକ କାର୍ଯ୍ୟାଳୟ ପାଖରେ ଏକ ବାଇପାସ ରାସ୍ତା ନିର୍ମାଣ କରାଯାଉଛି ବୋଲି ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ଏହାକୁ ଅଠେଇସ ଗ୍ରାମାବସୀ ମାନେ ବିରୋଧ କରି ସୋମବାର ଦିନ ବ୍ଳକ କାର୍ଯ୍ୟାଳୟରେ ବିଡିଓଙ୍କୁ ଏକ ଦାବୀପତ୍ର ଦେବା ସହ ହୋ ହଲ୍ଲା କରିଥିଲେ । ଏ ସମ୍ପର୍କରେ ସ୍ଥାନୀୟ ବିଧାୟକଙ୍କୁ ଅବଗତ କରିଥିଲେ । ଆଜି ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ , ତହସିଲଦାର ମନୋଜ କୁମାର ନାୟକ , ବିଡିଓ କ୍ଷୀରୋଦ କୁମାର ନାୟକଏହିରାସ୍ତା ସରଜମିନ ତଦନ୍ତ କରିଥିଲେ । ବ୍ଳକ ପ୍ରଶାସନ ପକ୍ଷରୁ ତିଆରି କରାଯାଉଥିବା ରାସ୍ତା ଠିକ ରହିଛି ବୋଲି ବିଧାୟକ ଅନୁଭବ କରିଥିଲେ । ବିଧାୟକ ଆସିଥିବା ଖବର ପାଇ ଅଠେଇସ ଗ୍ରାମର ଯୁବକ ଓ ଗ୍ରାମାବସୀ ମାନଙ୍କ ସହ ସ୍ଥାନୀୟ ସରପଞ୍ଚ ପ୍ରକାଶ ଖଟେଇ ବ୍ଳକଠାରେ ପହଞ୍ଚି ବିଧାୟକଙ୍କ ସହ ଆଲେଚନା କରିଥିଲେ । ଏହି ରାସ୍ତା କାମକୁ ଅଠେଇସ ଗ୍ରାମାବସୀ ମାନେ ବିରୋଧ କରିଥିଲେ । ରାସ୍ତା କାମ ନ ସରିବା ପର୍ଯ୍ୟନ୍ତ ଗ୍ରାମବାସୀ ମାନେ ପୁରୁଣା ରାସ୍ତାରେ ଯିବା ଆସିବା କରିବେ ବୋଲି ବିଡିଓ କ୍ଷୀରୋଦ କୁମାର ବେହେରା କହିଥିଲେ । ଏବଂ ରାସ୍ତା ତିଆରି ସରିବା ପରେ ମଧ୍ୟ ଗ୍ରାମବାସୀ ମାନେ ଯିବା ଆସିବା କରିବେ ମାତ୍ର ମାଲ ପରିବହନ ଗାଡି ଗୁଡିକ ଏପଟେ ଯିବ ନାହିଁ ବୋଲି କହିଥିଲେ ।ଏହି କଥାକୁ ବିଧାୟକ ମଧ୍ୟ ସମର୍ଥନ କରିଥିଲେ । ଯାହାକୁ ନେଇ ଗ୍ରାମର କିଛି ଯୁବକ ମାନେ ବିଧାୟକ ଓ ବିଡିଓଙ୍କ ସହିତ ଯୁକ୍ତିତର୍କ କରିଥିବା ଜଣାପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୩/୩/୨୦୨୧---୮,୩୫