Breaking News

ଉପନିର୍ବାଚନ ପାଇଁ ଡେଲାଙ୍ଗ ବ୍ଳକର ୪ଟି ପଞ୍ଚାୟତରେ ବିଜେଡିର ସାଙ୍ଗଠନିକ ପ୍ରସ୍ତୁତ


 ଡେଲାଙ୍ଗ ----- ପିପିଲି ନିର୍ବାଚନର ଦିବଙ୍ଗତ ବିଧାୟକ ପ୍ରଦୀପ ମହାରଥିଙ୍କ ଅକାଳ ବିୟୋଗ ପରେ ପିପିଲି ବିଧାନସଭା ପାଇଁ ଉପ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ରାଜ୍ୟ ନିର୍ବାଚନ କମିଶନରଙ୍କ ପକ୍ଷରୁ ଏପ୍ରିଲ ୧୭ ତାରିଖ ରେ ନିର୍ବାଚନ କରାଯିବା ପାଇଁ ଘୋଷଣା କରାଯାଇଛି । ଏହାକୁ ନର୍ଜର କରି ଆଜି ଡେଲାଙ୍ଗ ବ୍ଲକ ବିଜେଡି ପକ୍ଷରୁ ୪ଟି ପଞ୍ଚ।।ୟତରେ ବିଜେଡି ଦଳର ସାଂଗଠାନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଉପନିର୍ବାଚନରେ ବିଜୁ ଜନତା ଦଳର ପ୍ରାର୍ôଥ  କିପରି  ଅଧିକ ଭୋଟ ହାତେଇବ ସେ ବିଷୟରେ ଡେଲାଙ୍ଗ ବ୍ଲକ ଦାୟିତ୍ୱରେ ଥିବା ପର୍ଯ୍ୟବେକ୍ଷକ ତଥା ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ଓ ଜଟଣି ର ପୁର୍ବତନ ବିଧାୟକ ବିଭୁତୀଭୁଷଣ ବଳବନ୍ତରାୟ ଙ୍କ ସହିତ ଗ୍ରାମ୍ୟ ଉନ୍ନୟନ ଓ ଶ୍ରମ ବିଭାଗ ମନ୍ତ୍ରୀ ସୁଶାନ୍ତ ସିଂହ,କଳାହାଣ୍ଡି ସାଂସଦ ପୁଷ୍ପେନ୍ଦ୍ର ସିଂହଦେଓ ଯୋଗଦେଇ କର୍ମିମାନଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ।ା  ସାଉରିଆ,ଘନିପୁର,ଅରିସଲ ଓ ଖେଲଉର ପଞ୍ଚାୟତରେ ଅନୁଷ୍ଠିତ ହୋଇଥିଲା ।  ବ୍ଲକ ଅଧ୍ୟକ୍ଷ ପ୍ରସନ୍ନ ସାହୁ ,ଜିଲ୍ଲାପରିଷଦ ସଭ୍ୟା ପୁଷ୍ପାଞ୍ଜଳି ସାମଲ,ବିଜେଡି ନେତା ଆଦିକନ୍ଦ ରାଉତରାୟ,ସରପଞ୍ଚ କୁନିମଣି ରାଉତରାୟ ପ୍ରମୁଖ ଉପସ୍ଥିତ ରହିଥିଲେ । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୧୮/୩/୨୦୨୧----୯,୧୦


Blog Archive

Popular Posts