ମଟର ସାଇକେଲ ଧକ୍କାକୁ ନେଇ ମାରପିଟ
ସାକ୍ଷୀଗୋପାଳ----ସାକ୍ଷୀଗୋପାଳ ଥାନା ଅନ୍ତର୍ଗତ ଗୋପାଳପୁର ପାଟଣା ଗ୍ରାମରେ ମଟର ସାଇକେଲ ଧକ୍କାକୁ ନେଇ ଦୁଇଜଣଙ୍କ ମଧ୍ୟରେ ମାରପିଟ । ଏହାକୁ ନେଇ ଗୋପାଳପୁର ପାଟଣା ଗ୍ରାମର ହୃଷିକେସ ଦାଶ ସତ୍ୟବାଦୀ ଥାନାରେ ସେହି ଗ୍ରାମର ରାକା ସାହୁ ନାମରେ ଅଭିଯୋଗ କରିଥିଲେ ।ତାଙ୍କ ଅଭିଯୋଗକୁ ଗ୍ରହଣ କରି ସତ୍ୟବାଦୀ ଥାନା କେସନଂ୧୩୭ରେ ମକଦ୍ଦମା ରୁଜ କରାଯାଇଛି । ପରେ ପରେ ଦୁଇପକ୍ଷଙ୍କ ମଧ୍ୟରେ ମିଳାମିଶା ହୋଇଥିବା ଆଇଆଇସିଙ୍କ ଠାରୁ ଜଣାପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩୧/୩/୨୦୨୧---୮,୪୦