ମନ୍ତ୍ରୀ ପ୍ରତାପ ଜେନାଙ୍କ ଗିରଫ ଦାବିରେ ବିଜେପିର ବିଧାନସଭା ଘେରାଓ
ଭୁବନେଶ୍ୱର---- ମାହାଙ୍ଗା ଡବଲ ମର୍ଡରରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ସଂପୃକ୍ତି ଅଭିଯୋଗ ରେ ବିଜେପିର ବିଧାନସଭା ଘେରାଓ କରିଛି । ବିଜେପି କର୍ମୀମାନେ ବ୍ୟାରିକେଡ ଭାଙ୍ଗିବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ ସେମାନଙ୍କୁ ଅଟକାଇବାକୁ ଉଦ୍ୟମ କରିଥିଲା। ଫଳରେ ପୋଲିସ ଓ ବିଜେପି କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ପୋଲିସ କିଛି ବିଜେପି କର୍ମୀଙ୍କୁ ଅଟକ ରଖିଥିବା ଜଣା ପଡ଼ିଛି । ଆଇନି ମନ୍ତ୍ରୀ ପ୍ରତାପ ଜେନାଙ୍କୁ ସରକାର ଘଣ୍ଟ ଘୋଡାଉଛନ୍ତି ବୋଲି କହିଛନ୍ତି । ତାଙ୍କ ନାମରେ ଅଭିଯୋଗ ଥିବା ସତ୍ତ୍ୱେ କଣ ପାଇଁ ତାଙ୍କୁ ଗିରଫ କରାଯାଉନି ବୋଲି ବିଜେପି କର୍ମୀ ମାନେ ପ୍ରଶ୍ନ ଉଠାଇଛନ୍ତି ।
Minster P Jenaknu Gripa dabiera bjp , BBSR, Dhirendra Senapati, 21/3/2021---6,40
ଭୁବନେଶ୍ୱର ରୁ ଧୀରେନ୍ଦ୍ର ସେନାପତି, ୨୧/୩/୨୦୨୧----୬,୪୦