Breaking News

ପୁରୀ ଏସପିଙ୍କ ଡେଲାଙ୍ଗ ଥାନାଗସ୍ତ ; ଚୋରା ନିଶା ବେପାରୀ ଓ ଅସମାଜିକ ଯୁବକ ମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ନିର୍ଦ୍ଦେଶ


 ଡେଲାଙ୍ଗ---- ପିପିଲି ଓ ଡେଲାଙ୍ଗରେ ଉପନିର୍ବାଚନ ହେବାକୁଯାଉଛି । ଏହାକୁ ନେଇ ଦୁଇ ଥାନା ଅଞ୍ଚଳରେ ବେଶ ସରଗରମ ହୋଇଛି । ଏହାକୁ ନେଇ ଜିଲ୍ଲା ପ୍ରଶାସନ ମଧ୍ୟ ତତ୍ପରତା ପ୍ରକାଶ ପାଇଛି । ଏହି ଅବସରରେ ପୁରୀ ଏସପି ଆଇପିଏସ ଡ. କନୱର ବିଶାଲ ସିଂହ ଡେଲାଙ୍ଗ ଥାନା ଗସ୍ତ କରିଛନ୍ତି । ଗସ୍ତ ସମୟରେ ପିପିଲି ଏସଡିପିଓ ଦେବଦତ୍ତ ବରାଳ, ସତ୍ୟବାଦୀ ଥାନା ଆଇଆଇସି ଦେବୀ ପ୍ରସାଦ ପାତ୍ର ,  ଡେଲାଙ୍ଗ ଥାନା ଆଇଆଇସି ରଶ୍ମି ରଞ୍ଜନ ପଟ୍ଟନାକୟ ଓ ଥାନାର ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ । ଉପନିର୍ବାଚନ ଯେପରି ଶାନ୍ତି ଶୃଙ୍ଖଳା ସହିତ ଶେଷ ହେବ ସେ ଦିଗପ୍ରତି ନଜର ଦେବା ସହ ଉତ୍ତେଜନା ପ୍ରବଣ ବୁଥ ଗୁଡିକ ପ୍ରତି ସଜାଗ, ୱାରେଣ୍ଟ ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ,ଚୋରା ନିଶା କାରବାର ଉପରେ ରୋକ ଲାଗାଇବା, ଗାଡି ମଟର ଗୁଡିକ ଚେକିଙ୍ଗ କଡାକଡି କରିବା, ଅସମାଜିକ ଯୁବକ ମାନଙ୍କ ଉପରେ ତୀକ୍ଷ୍ମ ନଜର ରଖିବା ପାଇଁ ଏସପି ଶ୍ରୀ ସିଂହ ଆଇଆଇସି ଓ ଅନ୍ୟ କର୍ମଚାରୀ ମାନଙ୍କୁ ପରାମର୍ଶ ଦେଇଥିବାର ଜଣାପଡିଛି । 

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୩୦/୩/୨୦୨୧-୮,୫୫

Blog Archive

Popular Posts