ଗ୍ରାମ ମୁଣ୍ଡରେ ପାଣି ଟାଙ୍କି ; ପାଣି ପିଇବା ଯୋଗ୍ୟ ନାହିଁ, ନାଲି ମାଟି ସହ ପାଣି ବାହାରୁଛି , ଅଭିଯୋଗ କଲେ ୪ ଦିନ ଅପେକ୍ଷା କରିବାକୁ କୁହାଯାଉଛି
-ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକର ଜୟପୁର ଗ୍ରାମ ପଞ୍ଚାୟତର ସେବକସାହି ଗ୍ରାମ ମୁଣ୍ଡରେ ଦେଢ଼ ଲକ୍ଷ ଲିଟର କ୍ଷମତା ବିଶ୍ିଷ୍ଟ ପାଣି ଟାଙ୍କି ରହିଛି । ପଞ୍ଚାୟତରାଜ ଓ ପାନୀୟଜଳ ବିଭାଗ ଓଡିଶା ସରକାରଙ୍କ ପକ୍ଷରୁ କେତେକ ଗ୍ରାମକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରିବା ପାଇଁ ଏଠାରେ ଟାଙ୍କି କରାଯାଇଛି । ମାତ୍ର ବିଶୁଦ୍ଧ ଜଳ ବଦଳରେ ଏଠାରେ ବିଷ ପାଣି ଯୋଗାଣ କରାଯାଉଛି ବୋଲି ଲୋକମାନେ ଅଭିଯୋଗ ଆଣିଛନ୍ତି । ଏପରିକି ଦିନ ରାତି ପାଣି ଚାଲିଛି ତ କେତେବେଳେ ଦୁଇ ତିନିଦିନ ଧରି ପାଣି ଯୋଗାଣ ବନ୍ଦ ରହୁଛି । ଯେଉଁ ସମୟରେ ପାଣି ବାହାରୁଛି ତାହା ନାଲ ରଙ୍ଗର । ସେ ପାଣି କିଛି ସମୟ ରଖି ଦେଲେ ତଳେ ଏକ ନାଲି ମାଟି ବସିଯାଉଛି । ଏହାକୁ ନେଇ ବିଭାଗରେ ବାରମ୍ବାର ଅଭିଯୋଗ କରାଯାଉଥିଲେ ମଧ୍ୟ ସେଥିପ୍ରତି କାହାରି ନିଘା ନାହିଁ । ଖରା ଦିନ ଆରମ୍ଭରୁ ବିଶେଷ କରି ସେବକସାହି, ବାସୁକେରା, ରଙ୍ଗଣିସାହି, ହେତାସାହି ଗ୍ରାମ ଗୁଡିକରେ ପାନୀୟ ଜଳର ଘୋର ଅସୁବିଧା ରହିଛି । ଲୋକମାନେ ବାଧ୍ୟ ହୋଇ ଏହି ନାଲମାଟି ପାଣି ବ୍ୟବହାର କରି କରୋନା ଭଳି ବିଭିନ୍ନ ରୋଗରେ ପୀଡିତ ହେଉଥିବା ଅଭିଯୋଗ କରିଛନ୍ତି ।
Topic - Grama mundare pani tanki - Pani pieba pain jogya nahin , nali mati saha pani baharuchhi, Abhijog kale 4 dina apekhya karibaku kuha jauchi
Place - Sebaksahi, Basukera, Rangani sahi, Hotasahi
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୯/୩/୨୦୨୧---୪,୪୦
Dhirendra Senapati Sakhigopal - 19/03/2020-04/40 pm