ସାକ୍ଷୀଗୋପାଳ---- ସତ୍ୟବାଦୀ ବକୁଳବନ ମହୋତ୍ସବ କମିଟି ପକ୍ଷରୁ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କୁ ଶ୍ରେଷ୍ଠ ବିଧାୟକ ଭାବେ ସ୍ୱର୍ଣ୍ଣ ପଦକ , ମାନପତ୍ର ଓ ଉପଢ଼ୌକନ, ବକୁଳବନର ବାର୍ତ୍ତା ପୁସ୍ତକ ଦେଇ ସମ୍ବର୍ଦ୍ଧିତ କରାଯାଇଛି । ଏହି ସମ୍ବର୍ଦ୍ଧିତ କାର୍ଯ୍ୟକ୍ରମରେ ବକୁଳବନ ମହୋତ୍ସବର ସଭାପତି ସାଧୁଚରଣ ବେହେରା, ସମ୍ପାଦକ ଯଯାତୀ କେଶରୀ ରାୟ, ବିହାରୀ ବିଶ୍ୱାଳ, ଶିକ୍ଷକ ମାନସ ରଞ୍ଜନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ । ଏହା ମଧ୍ୟରେ ବକୁଳବନ ମହୋତ୍ସବ କମିଟି ତାର ୧୫ତମ ବାର୍ଷିକ ସମାରୋହ ଉତ୍ସବ ପାଳିତ ହୋଇଯାଇଛି । ବକୁଳବନ ମହୋତ୍ସବର ପ୍ରତିଷ୍ଠାତା ତଥା କବି ସଚୀକାନ୍ତ ବିଶ୍ୱାଳଙ୍କୁ ମହୋତ୍ସବରେ ଉପସ୍ଥିତ ଥିବା ଅତିଥି ଓ ଜନସାଧାରଣ ସାଧୁବାଦ ଜଣାଇଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୮/୩/୨୨୧----୪,୩୦