Breaking News

୧୯୫୫ ମସିହାର ପୁରାତନ ଛାତ୍ରଛାତ୍ରୀଙ୍କ ବଂଧୁ ମିଳନ


 ଡେଲାଙ୍ଗ---- ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ବିଶ୍ୱନାଥ ଦେବ ନୋଡାଲ ଉଚ୍ଚ ବିଦ୍ୟାଳୟ ଗଡମୋଟରୀର ପୁରାତନ ଛାତ୍ରଛାତ୍ରୀ ମାନଙ୍କର ଏକ ବଂଧୁ ମିଳନ ଗଡ କାଳୁପଡା ଗଡଚଣ୍ଡୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ୧୯୯୫ ମସିହା ବ୍ୟାଚର ଛାତ୍ରଛାତ୍ରୀ ସେମାନଙ୍କ ପରିବାର ସହ ଏକାଠି ହୋଇଥିଲେ । ଶତୃଘ୍ନ ବଳିୟାରସିଂହ ଅନୁଷ୍ଠିତ ବଂଧୁ ମିଳନରେ ସଂଯୋଜନା କରିଥିଲେ । ୨୫ ବର୍ଷ ପରେ ବଂଧୁ ମିଳନର ଆୟୋଜନ କରାଯାଇଥିବାରୁ  ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଉତ୍ତରୀୟ ଓ ଫୁଲତୋଡା ଦେଇ ସମ୍ମାନୀତ କରାଯାଇଥିଲା । ଦିବଂଗତ ଶିକ୍ଷକ ବାଉରୀବନ୍ଧୁ ଭୁଜବଳ ଓ ଶିକ୍ଷୟତ୍ରୀ ଶାନ୍ତି ଦିଦିଙ୍କ ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା । ଉପସ୍ଥିତ ଥିବା ଛାତ୍ର ଛାତ୍ରୀ ମାନେ ନିଜ ନିଜ ମଧ୍ୟରେ  ଭାବ ଆଦାନ ପ୍ରଦାନ କରିଥିଲେ । ଶିକ୍ଷକ ପୂଣ୍‌ର୍ଣଚନ୍ଦ୍ର ବଳିୟାରସିଂହ, ନାରାୟଣ ପଣ୍ଡା, ଶିକ୍ଷୟତ୍ରୀ କଲ୍ୟାଣୀ ବଳବନ୍ତରାୟ ଓ ପୂର୍ବତନ ଶିକ୍ଷକ ବାଲ୍ଲୀକି ରାଉତ, ସଞ୍ଜୟ ବଳିୟାରସିଂହ , ରମେଶ ଚନ୍ଦ୍ର ରାଉତରାୟ ଛାତ୍ର ଛାତ୍ରୀଙ୍କୁ ମୋ ସ୍କୁଲ ଅଭିଯାନରେ ସାମିଲ ହେବା ପାଇଁ ପରାମର୍ଶ ଦେଇଥିଲେ । ଶତୃଘ୍ନ ବଳିୟାରସିଂହ , ସଞ୍ଜୟ ରାଉତରାୟ, ବିଶ୍ୱମିତ ଚମ୍ପତି, ତପନ ପରିଡା, ବିଜୟାଲକ୍ଷ୍ମୀ ମଙ୍ଗରାଜ, ମୋହିନି ଜେନା, ସୁପିୟା ଚମ୍ପତି, ବିଭୁତି ପରିଡା, ସନ୍ତୋଷ ପଟ୍ଟନାୟକ ଓ ଅନ୍ୟ ମାନେ ଆଲେଚନାରେ ଅଂଶ ଗ୍ରହଣ କରିଥିଲେ ।

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି,୨୨/୩/୨୦୨୧----୭,୫୦

Blog Archive

Popular Posts