Breaking News

କରୋନା ଦୁତୀୟ ପର୍ଯ୍ୟାୟ ସଚେତନତା ନେଇ ଜରୁରୀ ବୈଠକ


 ସାକ୍ଷୀଗୋପାଳ -------ପୁରୀ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ସତ୍ୟବାଦୀ ପଞ୍ଚାୟତ ସମିତି ସଭା ଗୃହ ପରିସରରେ ବ୍ଳକ ଅଧ୍ୟକ୍ଷା ସସ୍ମିତା ପ୍ରଧାନଙ୍କ ସଭାପତିତ୍ୱରେ କରୋନା ସଚେତନତା ନେଇ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଡିଓ କ୍ଷୀରୋଦ କୁମାର ପ୍ରଧାନ  କରୋନା କୁ ନେଇ ରାଜ୍ୟ ସରକାରଙ୍କ ଗାଇଡି ଲାଇନ ଅନୁଯାୟୀ ସମସ୍ତ କାର୍ଯ୍ୟ କରିବାକୁ ବିଭିନ୍ନ ପଞ୍ଚାୟତରୁ ଆସିଥିବା ସରପଞ୍ଚ ଓ ସମିତିସଭ୍ୟ ସଭ୍ୟା ମାନଙ୍କୁ ସୁଚନା ପ୍ରଦାନ କରିଥିଲେ । ଏପରିକି ନିଜ ନିଜ ପଞ୍ଚାୟତକୁ ୨୫ ତାରିଖ ମଧ୍ୟରେ ବାହାରୁ କୌଣସି ଲୋକ ଆସିଥିଲେ ତାର ସମସ୍ତ ସୁଚନା ସଂଗ୍ରହ କରିବା ସହ ବ୍ଳକକୁ ଜଣାଇବାକୁ ବିଡିଓ ନିବେଦନ କରିଥିଲେ । ସେହିପରି ଅଙ୍ଗନୱାଡି କର୍ମୀ, ଆଶାଦିଦି ଏହି କାର୍ଯ୍ୟକ୍ରମରେ ସାମିଲ ହେବେ ।  ଗତଥର ପରି ଏଥର ମଧ୍ୟ ସେହି ନିୟମ ରହିଛି । କୋଭିଡ-୧୯ ଆଇନ ଖିଲାପ କାରୀ ମାନଙ୍କ ଠାରୁ ଜୋରିମାନ ଆଦା କରାଯିବାକୁ ନିର୍ଦ୍ଦେଶ ରହିଛି ବୋଲି ବିଡିଓ କହିଥିଲେ । ବୈଠକରେ କିଛି ସରପଞ୍ଚ ଓ ସମିତିସଭ୍ୟସଭ୍ୟା ମାନେ ବର୍ତ୍ତମାନ ଦୋଳ ଯାତ୍ରା ଆରମ୍ଭ ହୋଇଯାଇଛି । ଏବେ କଣ କରାଯିବ ବୋଲି ପ୍ରଶ୍ନ କରିଥିଲେ । ଦୋଳଯାତ୍ରା ବା ଠାକୁରଙ୍କ ନିତି ନିୟମ କରାଯିବ । ମାତ୍ର କୋଭିଡ- ୧୯ ଗାଇଡ ଲାଇନ ଅନୁଯାୟୀ ହେବ ବୋଲି ବିଡିଓ କହିଥିଲେ । ଏଥିପାଇଁ ତହସିଲଦାର ଓ ଉପଜିଲ୍ଲାପାଳଙ୍କ ଠାରୁ ଅନୁମତି ଆଣିବାକୁ ପଡିବ ବୋଲି କହୌିଥିଲେ । ଏହି ବୈଠକରେ ସତ୍ୟବାଦୀ ଥାନା ଆଇଆଇସି ଦେବୀ ପ୍ରସାଦ ପାତ୍ର, ସାକ୍ଷୀଗୋପାଳ ଚିକିତ୍ସାଅଧିକାରୀ ଡ. ବିଶ୍ୱଜିତି ମିଶ୍ର, ଏବିଡଇଓ ସାରଦା ପ୍ରସନ୍ନ ମହାନ୍ତି, ଅଗ୍ନିଶମ ବିଭାଗ , ମହିଳା ଶିଶୁ ବିକାଶ ପ୍ରକଳ୍ପ ସହିତ ଜିପିଓ ମଣ୍ଟୁ ସ୍ୱାଇଁ  ଅର୍ନ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ ।  

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୨୫/୩/୨୦୨୧---୯, ୨୦

Blog Archive

Popular Posts