ଅଳଗୁମରେ ମୋତିଆ ବିନ୍ଦୁ ଚିହ୍ନଟ ଶିବିର
ସାକ୍ଷୀଗୋପାଳ----- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଅଳଗୁମ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଏକ ମୋତିଆ ବିନ୍ଦୁ ଚିହ୍ନଟ ଶିବିର ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ହେଲପ ଏଜେ ଇଣ୍ଡିଆ ଓ ନୟାପଲ୍ଲୀ ଭୁବନେଶ୍ୱର ଲାଇନ୍ସ ଚକ୍ଷୁ ଚିକିତ୍ସାଳୟର ମିଳିତ ସହଯୋଗରେ ଶିବିରଟିର ଆୟୋଜନ କରିଥିଲେ । ଏହି ଶିବିରରେ ୫୬ଜଣ ମହିଳା ପୁରଷ ନାମ ପଞ୍ଜିକରଣ କରିଥଲେ । ଚକ୍ଷୁ ପରୀକ୍ଷା ନିରୀକ୍ଷା କରାଯିବା ପରେ କେତେ ଜଣଙ୍କୁ ଅପେକ୍ଷା କରିବାକୁ କୁହାଯାଇଥିବା ବେଳେ ଅନ୍ୟ କେତେଜଣଙ୍କୁ ମେଡିକାଲରେ ଯାଇ ଚିକିତ୍ସା କରିବାକୁ ପରାମର୍ଶ ଦିଆଯାଇଛି । ସେମାନଙ୍କ ମଧ୍ୟରୁ ୧୨ ଜଣ ମୋତିଆବିନ୍ଦୁ ଅପରେସନ ପାଇଁ ନିଆଯାଇଛି । ସେମାନଙ୍କ ଚକ୍ଷୁରେ ମୋତିଆବିନ୍ଦୁ ଅସ୍ତ୍ରପ୍ରଚାର କରାଯିବା ପରେ ମେଡିସିନ ଦେଇ ଶନିବାର ଦିନ ଯେଉଁଠାରୁ ନିଆଯାଇଥିଲା ସେଠାରେ ଆଣି ଛଡାଯିବ ବୋଲି ଜଣାପଡିଛି । Algumaera Motiabindhu Chinuta Saibiera, Sakhigopal, Dhirendra Senapati, 19/3/221----4,35 A.m
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୯/୩/୨୦୨୧----୪,୩୫