ବ୍ଳକ ସ୍ତରୀୟ ଆଶା ଓ ଗାଁ କଲ୍ୟାଣ ସମିତିର ସମ୍ମଳନୀ
ସାକ୍ଷୀଗୋପାଳ----ସତ୍ୟବାଦୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଳଗୁମର ସଭାଗୃହ ପରିସରରେ ବ୍ଳକ ସ୍ତରୀୟ ଆଶା ଓ ଗାଁ କଲ୍ୟାଣ ସମିତି ପକ୍ଷରୁ ଏକ ସମ୍ମଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମଳନୀରେ ଅତିଥି ଭାବେ ସତ୍ୟବାଦୀ ବ୍ଳକ ବିଡିଓ କ୍ଷୀରୋଦ କୁମାର ବେହେରା ଓ ଆଶାର ସହକାରୀ ପରିଚାଳକ ଅଶୋକ କୁମାର ସାହୁ ଯୋଗଦେଇ ସମ୍ମଳନୀକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଅନ୍ୟତମ ଅତିଥି ଭାବେ ମେଡିକାଲ ଇନିଚାର୍ଯ୍ୟ ଡଃ, ବିଶ୍ୱଜିତି ମିଶ୍ର, ବି.ପି.ଏମ ଜ୍ୟୋତି ରଞ୍ଜନ ଶତପଥୀ, ପି.ଏଚ, ଈ, ଓ କ୍ଷେତ୍ରମଣୀ ସେଠୀଙ୍କ ସହ ଗାଁ କଲ୍ୟାଣ ସମିତିର ଅଙ୍ଗନୱାଡି ୱାର୍କର , ଆଶା ଦିଦି ଓ ମହିଳା, ପୁରୁଷ ସ୍ୱାସ୍ଥ୍ୟ କର୍ମୀ ମାନେ ଯୋଗ ଦେଇଥିଲେ । ଏହି ଅବସରରେ ସୁସ୍ଥ ଗ୍ରାମ, ସୁସ୍ଥ ପଞ୍ଚାୟତ ଓ ଭଲ ଗାଁ କଲ୍ୟାଣ ସମିତି ଓ ଆଶା ଦିଦି ମାନଙ୍କୁ ପୁରଷ୍କୃତ କରାଯାଇଥିଲା
ସାକ୍ଷୀଗେ।।ପାଳରୁ ଧୀରେନ୍ଦ୍ର ସେନାପତି, ୧୬-୩-୨୦୨୧/ ୩,୪୫