ଫେରାର ଥିବା ଦୁଇ ଅଭିଯୁକ୍ତ ଗିରଫ
ସାକ୍ଷୀଗୋପାଳ---- ପୁରୀ ଲୋକନାଥରୋଡର ବାସେଳିସାହିର ଅଭି ଦାସ ଓ ଶଙ୍କର ଭୋଇଙ୍କୁ ସତ୍ୟବାଦୀ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ସୁଚନାଯୋଗ୍ୟ ଯେ ୨୦୧୯ ମସିହାରେ ୨୧ କେଜି ଗଞ୍ଜେଇ ନେଇକି ଯାଉଥିବା ସମୟରେ ପୋଲିସ ହାତରେ ଧରାପଡିଥିଲେ । ସେ ସମୟରେ ଅଭି ଓ ଶଙ୍କର ପୋଲିସ ହାତରୁ ଖସି ଫେରାର ହୋଇଯାଇଥିଲେ । ଅନ୍ୟ ଦୁଇଜଣ ଗିରଫ ହୋଇ ଜେଲକୁ ଯାଇଥିଲେ । ସେହିଦିନ ଠାରୁ ପୋଲିସ ଫାଇଲିରେ ଫେରାର ହୋଇଯାଇଥିଲେ । ଥାନା ଆଇଆଇସି ଦେବୀ ପ୍ରସାଦ ପାତ୍ର କୌଣସି ସୁତ୍ରରୁ ଖବର ପାଇ ଚଡାଉ କରି ଫେରାର ଥିବା ଦୁଇଜଣଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ଶ୍ରୀ ପାତ୍ରଙ୍କ ଠାରୁ ସୁଚନା ମିଳିଛି ।
Feraa thiba dhui jananku satyabadhi police Grifa Kala, Sakhigopal, Dhirendra Senapati, 20/3/2021---9,40- P,M
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୦/୩/୨୦୨୧----୯,୪୦