୩୬୦ କେଜି ଭାଙ୍ଗ ଜବତ: ଦୁଇ ଗିରଫ
ପୁରୀ---- ଏସପି ଙ୍କ ନିର୍ଦ୍ଦେଶ କ୍ରମେ ପୁରୀ ଅବକାରୀ ବିଭାଗ ପକ୍ଷରୁ ସ୍ବତନ୍ତ୍ର ଏକ ଟିମ୍ ଗଠନ କରାଯାଇଛି । ପ୍ରତିଦିନ ଚୋରା ନିଶା କାରବାର କରୁଥିବା ବ୍ୟକ୍ତିଙ୍କ ଉପରେ ଚଢ଼ାଉ କରାଯାଉଛି । କୋୖଣସି ସୁତ୍ରରୁ ଖବର ପାଇ ଏହି ଟିମ୍ ବିଜିପୁର--- ରାମେଶ୍ବର ରାସ୍ତା ରୁ ୩୬୦ କେଜି ଭାଙ୍ଗ ଜବତ କରିବା ସହ କାହ୍ନୁ ପ୍ରଧାନ ଓ ଛବି ପ୍ରଧାନ ଙ୍କୁ ଗିରଫ କରାଯାଇଛି । ପ୍ରକାଶ ସାହୁ ଏମାନଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ଏହି ଟିମ୍ ରେ ଏଏସଆଇ ସୁସାନ୍ତ କୁମାର ମହାପାତ୍ର, ସନ୍ତୋଷ କୁମାର ନାୟକ,କନେଷ୍ଟବଳ ଦୀନବନ୍ଧୁ ବାରିକ,ତପନ କୁମାର ପ୍ରଧାନ ଓ ପ୍ରଦୀପ୍ତ କୁମାର ପଣ୍ଡା ରହିଥିଲେ । ପୁରୀ ରୁ ଧୀରେନ୍ଦ୍ର ସେନାପତି, ୨୭/୩/୨୦୨୧---୯,୦୫