ସଂଗ୍ରାମ ମାଟି ବରୀରେ ବୁଲିଲା ଗାନ୍ଧି ସ୍ମାରକୀ ରଥ
ବରୀ- ୧୯୨୧ମସିହା ମାର୍ଚ୍ଚ ୨୩ ତାରିଖ ଦିନ ଜାତିର ପିତା ମହାତ୍ମାଗାନ୍ଧିଜୀ କଲିକତାରୁ ଆସି କଟକରେ ପ୍ରଥମେ ପାଦ ପକାଇଥିଲେ । କାଠଯୋଡିରେ ଏକ ସଭା କରିବା ଏହା ଓଡିଶା ପାଇଁ ଏକ ସ୍ମରଣୀୟ ଦିବସ ହୋଇ ରହିଛି । ଏହି ଦିବସର ଶହେ ବର୍ଷ ପୂତ୍ତି ଅବସରରେ ଓଡିଶା ଖଦି ଓ ଗ୍ରାମୋଉଦ୍ୟେଗ ବୋର୍ଡ ପକ୍ଷରୁ ସମାଜସେବୀ ସତ୍ୟରଞ୍ଜନ କରଙ୍କ ନେତୃତ୍ୱରେ ସଂଗ୍ରାମୀ ମାଟି ବରୀରେ ୧୯୩୪ ମସିହା ମେ ୩୦ ଓ ୩୧ତାରିଖରେ ମହାତ୍ମା ଗାନ୍ଧୀଙ୍କ ହରିଜନ ପଦଯାତ୍ରା କେନ୍ଦ୍ରାପଡ଼ା ଜିଲ୍ଲାର ଇନ୍ଦୁପୁରରୁ କାଇପଡା ଦେଇ ଯାଜପୁର ଯାଇଥିବା ରାସ୍ତାରେ ଗାନ୍ଧୀ ସ୍ମାରକୀ ରଥ ବୁଲିବା ସହିତ ବରୀ ତହସିଲି କାର୍ଯ୍ୟାଳୟ ଆଗରେ ଗାନ୍ଧୀ ବିଚାର, ଗାନ୍ଧିଜୀଙ୍କ ବାର୍ତ୍ତା, ଗାନ୍ଧୀ କଥା, ଗାନ୍ଧୀ ଚିନ୍ତନ ଓ ଏହାର ଆଭିମୁଖ୍ୟ ଉପରେ ଆଧାରିତ ଏକ ଭିଡ଼ିଓ ପରିଦର୍ଶନ କରାଯାଇଥିଲା । ଖଦି ଓ ଗ୍ରାମୋଉଦ୍ୟେଗ ବୋର୍ଡ ଦ୍ଵାରା ପ୍ରସ୍ତୁତ ସାମଗ୍ରୀ ପ୍ରଦର୍ଶନ ଓ ବିକ୍ରୟ କରାଯାଇଥିଲା । ପ୍ରକାଶଥାଉକି ଭାରତଛାଡ଼ ଆନ୍ଦୋଳନରେ ଗାନ୍ଧିଜୀଙ୍କ ଡାକରାରେ ଗୋପବନ୍ଧୁ ଚୌଧୁରୀ ଓ ମାଆ ରମାଦେବୀଙ୍କ ନେତୃତ୍ୱ ୧୯୪୨ ମସିହା ଅଗଷ୍ଟ ୨୬ ତାରିଖ ଗମ୍ହା ପୁନେଇଁ ଦିନ ବ୍ରିଟିଶ ଗୁଳିରେ ସାନନ୍ଦ ସ୍ୱାଇଁ, ସାଉଁଟି ମଳିକ, ହାଡିବନ୍ଧୁ ପଣ୍ଡା ଓ ମାୟାଧର ଭୂଇଁଆ ଶହୀଦ ହୋଇଥିବା ବେଳେ ଅନେକ ସଂଗ୍ରାମୀ ଆହତ ହୋଇଥିଲେ । ଉକ୍ତ ରଥକୁ ବରୀ ଗୋପବନ୍ଧୁ ଚୌଧୁରୀ ରମାଦେବୀ ଆଶ୍ରମ, ସେଵା ଘର,ବରୀ ଓ ବରୀ ଅଞ୍ଚଳର ବହୁ ଯୁବକ, ଛାତ୍ର, ମହିଳା, କୃଷକ ଓ ବୁଦ୍ଧିଜୀବୀ ମାନେ ସ୍ୱାଗତ କରିଥିଲେ । ବରୀ ତହସିଲଦାର ସରୋଜକାନ୍ତ ନାୟକ, ସୀତାରାଣୀ ଦେଓ,କୁଳମଣି ଶୁକ୍ଳ, ବିବେକାନନ୍ଦ ନାଥ,ପଦ୍ମନାଭ ଜେନା, ଫୁସନ ମଲ୍ଲିକ, ବିଶ୍ୱନାଥ ତ୍ରିପାଠୀ, ଅରୁଣ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।
ବରୀରୁ ଦର୍ଶନ ବେହେରାଙ୍କ ରିପୋର୍ଟ,୨୭/୩/୨୦୨୧---୧୧,୧୫