ରେମଣ୍ଡା ପ୍ରାଥମିକ କୋଭିଡ ଭେକସିନ ଟୀକାକରଣ ଆରମ୍ଭ
ଭେଡେନ---- ବରଗଡ ଜିଲ୍ଲା ଭେଡେନ ବ୍ଲକ ରେମଣ୍ଡା ପ୍ରାଥମିକ କୋଭିଡ ଭେକସିନ ଟୀକାକରଣ ଆରମ୍ଭ ହୋଇ ଯାଇଛି। ଏଠାରେ ୬୦ ବର୍ଷ ରୁ ଉର୍ଦ୍ଧ ମହିଳା ଓ ପୁରୁଷମାନେ ମାନେ ଟୀକା ନେଉଛନ୍ତି। ଏହି ସମୟରେ ନିଜେ ନିଜର ଆଧର କିମ୍ବା ଭୋଟର ପରିଚୟ ପତ୍ର ଆଣିବାପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ କୁହାଯାଇଛି । ପ୍ରତି ଦିନ ୧୦୦ ଜଣ ଙ୍କୁ ଟୀକପ୍ରଦାନ କରାଯିବା ପାଇଁ ସ୍ଥିର କରାଯାଇଛି। ଆଜି ପ୍ରଥମେ କରୋନା ଯୋଦ୍ଧା ଭାବେ ରେମଣ୍ଡା ସରପଞ୍ଚ ରାମେଶ୍ଵରୀ ନନ୍ଦ ତାଙ୍କର ଦ୍ଵିତୀୟ ପର୍ଯ୍ୟାୟ କୋଭିଡ ଭେକସିନ ଟୀକା ଗ୍ରହଣ କରିଥିଲେ। ଏହା ପରେ ବରିଷ୍ଠ ନାଗରିକ ତଥା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ରାମଜୀ ରଣା କୋଭିଡ ଭେକସିନ ଟୀକାନେଇଥିଲେ।
ସରପଞ୍ଚ ଶ୍ରୀମତୀ ନନ୍ଦ ଟୀକାକରଣ ବିଷୟରେ ବରିଷ୍ଠ ନାଗରିକ ମାନଙ୍କୁ ତାର ଉପକାରିତା ବାବଦରେ ବୁଝାଇଥିଲେ ଓ ଉତ୍ସାହିତ କରିଥିଲେ। ଏଥିରେ ସ୍ୱାସ୍ଥ୍ୟ କର୍ମୀ ତପସ୍ୱିନୀ କାଲୋ, ନର୍ସ କର୍ମଚାରୀ ଭବାନୀ ମହାପାତ୍ର, ଆଶା ରିତୁ ଗୁରୁଦିଆ, ସାବିତ୍ରୀ ରୋହିଦାସ, ଡାଟା ଏଣ୍ଟ୍ରି ଅପରେଟର ସୁକାନ୍ତ ନାୟକ କରୋନା ଯୋଦ୍ଧା ଭାବେ ସଞ୍ଜୟ ନନ୍ଦ, ତାରାଚାନ୍ଦ ସାଥୁଆ, ଚିନ୍ତା ମଣି ରାଉତିଆ, ଭରତ ମହାନନ୍ଦ କୋଭିଡ ଟୀକାକରଣ ସମୟରେ ସାହାଯ୍ୟ ଓ ସହଯୋଗ ଯୋଗାଇ ଥିଲେ ।
ଭେଡେନ ରୁ ଭବାନୀଶଙ୍କର ପାଢୀ ଙ୍କ ରିପୋର୍ଟ,୧୭/୩/୨୦୨୧---୬,୧୦