Breaking News

ଡକାୟତି କରିବା ପାଇଁ ଯୋଜନା କରିବା ବେଳେ ସତ୍ୟବାଦୀ ପୋଲିସ ହାତରେ ଧରାପଡିଲା ୪ ଡକାୟତ



 ସାକ୍ଷୀଗୋପାଳ ------ ସତ୍ୟବାଦୀ ଥାନା ଆଇଆଇସି ଦେବୀ ପ୍ରସାଦ ପାତ୍ରଙ୍କ ନିର୍ଦ୍ଦେଶକ୍ରମେ ଏଏସଆଇ କେ ଚନ୍ଦ୍ର ଦାସ ଅନ୍ୟ ଷ୍ଟାଫଙ୍କ ସହିତ୨୭ ତାରିଖ ରାତିରେ  ୩୧୬ନଂ ଜାତୀୟ ରାଜପଥ ପୁରୀ- ଭୁବନେଶ୍ୱର ରାତ୍ର କାଳୀନ ପ୍ରାଟୋଲିଂ କରୁଥିଲେ । ବୀରଗୋବିନ୍ଦପୁର ଛକ ନିକଟରେ ଥିବା ଲୋକନାଥ ମନ୍ଦିର ପାଖ ମଠପଡିଆ ନିକଟରେ ୫ଜଣ ଯୁବକ ଏକାଠି ହୋଇ ବଡଧରଣର ଡକାୟତି କରିବା ପାଇଁ ଯୋଜନା କରୁଥିଲେ । ଅଚାନକ ପୋଲିସ ସେଠାରେ ଚେଡାଉ କରିଥିଲେ । ପୋଲିସକୁ ଦେଖି ସ ତ୍ୟବାଦୀର ବାରଘରିଆ ସାହିର କଇନ ବିଲରେ ଦୌଡିକି ପଳାଇଥିଲା । ଅନ୍ୟ ୪ଜଣଙ୍କୁ ପୋଲିସ କାବୁ  କରିଥିଲେ ।  ସେମାନେ ହେଲେ ପିପିଲି ଥାନା ଅଞ୍ଚଳର ଜୟପୁର ଶାସନର ପ୍ରମୋଦ ସାହୁ(୨୬), ସତ୍ୟବାଦୀ ଥାନା ର ସୁଆଁଲ ଗ୍ରାମର ଗଣେଶ ଓରଫ ଚିନ୍ତାମଣି ସ୍ୱାଇଁ ( ୩୨) ,  ସତ୍ୟବାଦୀ ଥାନାନହଳା ଗ୍ରାମର  ନଣ୍ଡା ଓରଫ ସଂଜୟ ବେହେରା (୨୦) ଓ  ସୁରାସାହିର କାହ୍ନ ଓରଫ କାହ୍ନୁ ନାୟକ (୧୯) ବୋଲି ଜଣାପଡିଛି ।  ସଂଜୟ ଙ୍କ ନାମରେ ସତ୍ୟବାଦୀ ଥାନା କେସନଂ ୧୭୦/୨୦୧୭ ଓ୨୦୯/୨୦୨୦ରେ କେସ ରହିଛି । ଚିନ୍ତାମଣି ନାମରେ ସତ୍ୟବାଦୀ ଥାନାରେ ୬୯/୨୦୧୪, ୩୯୮/୨୦୨୦ ଓ୪୩୪/ ୨୦୨୦ରେ କେସ ରହିଛି । କାହ୍ନୁ ନାମରେ ସତ୍ୟବାଦୀ ଥାନା କେସନଂ-୧୯/୨୦୧୭ରେ କେସ ରହିଛି । ସେହିପରି  ପ୍ରମୋଦ ନାମରେ ପିପିଲି ଥାନାରେ କେସନଂ୩୧୦/୨୦୨୦ ଓ୧୦/ ୨୦୨୧ରେ ଦୁଇଟି କେସ ରହିଥିବା ଜଣାପଡିଛି । ଏମାନଙ୍କ ଠାରୁ ଖଣ୍ଡା, ଲୁହାରଡ, ଖାଲି ମଦ ବୋତଳ, ଗ୍ଳାସ ଓ ପାଣି ବୋତଳ ଜବତ କରାଯାଇଛି । ଏମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଆଇଆଇସି ଦେବୀ ପ୍ରସାଦ ପାତ୍ରଙ୍କ ଠାରୁ ସୁଚନା ମିଳିଛି । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩୦/୩/୨୦୨୧---୪,୫୦

Blog Archive

Popular Posts