Breaking News

ପୂର୍ବ ଶ୍ରତୁତାକୁ କେନ୍ଦ୍ର କରି ଯୁବକଙ୍କୁ ହତ୍ୟା ; ଥାନାରେ ଜଣେ ଅଟକ

 


 ସାକ୍ଷୀଗୋପାଳ ------ସତ୍ୟବାଦୀ ଥାନା ଅନ୍ତର୍ଗତ ଦାସବିଦ୍ୟାଧରପୁର ଗ୍ରାମ ପଞ୍ଚାୟତର ଡିହପୁରୁ ଗ୍ରାମର କୃଷ୍ଣଚନ୍ଦ୍ର ରାଉତ(୪୪) ନାମକ ଜଣେ ଯୁବକଙ୍କୁ ପୂର୍ବ ଶ୍ରତୁତାକୁ କେନ୍ଦ୍ର କରି ଛୁରୀରେ ଭୁଷି ହତ୍ୟା କରାଯାଇଥିବା ଜଣାପଡିଛି । ଆଜି ସକାଳେ ଦାସବିଦ୍ୟାଧରପୁର  ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ  କୃଷ୍ଣଚନ୍ଦ୍ରଙ୍କର ରକ୍ତ ଜୁଡୁବୁଡୁ ଶରୀର ପଡିଥିଲା । ଖବର ପାଇ ସତ୍ୟବାଦୀ ଥାନା ଆଇଆଇସି ଦେବୀ ପ୍ରସାଦ ପାତ୍ର ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଛେଦ ନିମେନ୍ତ ପୁରୀ ପଠାଇଛନ୍ତି । ସାଇଣ୍ଟିଫିକ ଟିମ ଦ୍ୱାରା ତଦନ୍ତ ଜାରି ରହିଛି । କୃଷ୍ଣଚନ୍ଦ୍ରଙ୍କ ସ୍ତ୍ରୀ ରାଧାମଣି ଲିଖିତ ଅଭିଯୋଗ କରିବା ପରେ ସତ୍ୟବାଦୀ ଥାନା କେସନଂ୧୩୮ରେ ଏକ କେସରୁଜ କରାଯାଇଛି । ସତ୍ୟବାଦୀ ପୋଲିସ ଘଟଣା ସମ୍ପର୍କରେ ଅଧିକ ତଥ୍ୟ ଜାଣିବା ପାଇଁ ଜଣଙ୍କୁ ଥାନାରେ ଅଟକ ରଖି ପଚାରାଉଚାର କରାଯାଉଥିବା ଜଣାପଡିଛି । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩୧/୩/୨୦୨୧---୯,୧୦ 

Blog Archive

Popular Posts