Breaking News

ଫନି ସହାୟତାରୁ ବଞ୍ଚିତ ହିତାଧିକାରୀ ମାନେ ଡେଲାଙ୍ଗ ତହସିଲ କାର୍ଯ୍ୟାଳୟ ଆଗରେ ଗଣଧାରଣା ହେଲେ


  ଡେଲାଙ୍ଗ ----ଡେଲାଙ୍ଗ ବ୍ଳକର ୨୧ ଗୋଟି ଗ୍ରାମ ପଞ୍ଚାୟତରେ  ଫନିରେ ଶତାଧିକ ପରିବାରଙ୍କର ଘର ଦ୍ୱାର ଭାଙ୍ଗିଥିଲା । ଯାହା ଫଳରେକି ଲୋକମାନେ ଏବେ ବି ମଧ୍ୟ ପରଘରେ ବା ଗାଇ ,ଗୋରୁଙ୍କ ସହିତ ଏକାଠି ବସବାସ କରୁଛନ୍ତି । ଯାହାକି ରୋଷୋଇ କରି ଖାଇବା ସମ୍ବବପର ହୋଇ ପାରୁନାହିଁ । ଫନି ଯିବାର ୨୨ମାସ ବିତିଯାଇଥିଲେ ମଧ୍ୟ ସରକାର ଘୋଷଣା କରିଥିବା ଆର୍ଥିକ ସହାୟତା ସଠିକ ପରିବାର ପାଇ ପାରି ନାହାନ୍ତି । ଯାହା ଫଳରେକି ଜନସାଧାରଣଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି । ଏ ସମ୍ପର୍କରେ ବାରମ୍ବାର ଅଭିଯୋଗ ଓ ତଦନ୍ତ ଚାଲିଛି ଯାହାକି ଆଜି ପର୍ଯ୍ୟନ୍ତ ସରୁନାହିଁ । ଏହାଠାରୁ ଆହୁରି ଅଧିକ କଷ୍ଟ ଦେଇଛି ଲୋକମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଅଚଳ କରାଯାଇ ରଖାଯାଇଛି । ଯାହା ଫଳରେକି ମନରେଗା, କାଳିଆ, ପ୍ରଧାନମନ୍ତ୍ରୀ କିଷାନ ଯୋଜନା, ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା, ଓ ଭର୍ତ୍ତା ପାଇବାରୁ ବଞ୍ଚିତ ହେଉଛନ୍ତି ବୋଲି ଦାବି ପ୍ରତରେ ଉଲ୍ଲେଖ କରିଛନ୍ତି । ଏହି ଦାବି ମଧ୍ୟରୁ ଅଚଳ ବ୍ୟାଙ୍କ ଆକଉଣ୍ଟ ଗୁଡିକ ତୁରନ୍ତ ସଚଳ କରାଯାଉ, ଫନି ତାଲିକାରୁ ବାଦ ପଡିଥିବା ହିତାଧିକାରି ବା ପରିବାର ମାନଙ୍କୁ ପୂର୍ଣ୍ଣ ଅନୁଦାନ ପ୍ରଦାନ କରିବା ପାଇଁ ଦାବି ରହିଛି ।  ଡେଲାଙ୍ଗ ବ୍ଳକର ମୁନିଦା ଗ୍ରାମ ପଞ୍ଚାୟତର ସମିତିସଭ୍ୟ ଦୁର୍ଗା ଚରଣ ରାଉତରାୟଙ୍କ ଅଧ୍ୟକ୍ଷତାରେ

ଗଣ ଧାରଣା ହେବା ସହ ଡେଲାଙ୍ଗ ତହସିଲ କାର୍ଯ୍ୟାଳୟର ମୁଖ୍ୟ ଗେଟ ସମ୍ମୁଖରେ ବ୍ୟାନର ଟାଙ୍ଗି  ଏକ ପ୍ରତିବାଦ ସଭାର ଆୟୋଜନ କରାଯାଇଥିଲା । ଏଥିରେ ପୂର୍ବତନ ବ୍ଳକ ଉପାଧ୍ୟକ୍ଷ ଅଜୟ ରାଉତରାୟ, ଡେଲାଙ୍ଗ କୋଠବାଡ ଗ୍ରାମ ପଞ୍ଚାୟତର ସରପଞ୍ଚ ରମାଦେବୀ ରାଉତରାୟ, ଶ୍ରୀପୁରୁଷୋତ୍ତମପୁର ସମିତିସଭ୍ୟା ହରପିୟା ପାତ୍ର, ଗଡମୋଟରୀ ସଭିତିସଭ୍ୟା ସଞ୍ଜୁଲତା ବରାଳ, ଘନିପୁର ସମିତିସଭ୍ୟା କାଞ୍ଜନବାଳା ବେହେରା, ସୁଜନପୁର ପଞ୍ଚାୟତର ସରପଞ୍ଚ ପ୍ରିୟମ୍ବଦା ରାଉତରାୟ ,  ସାଉରିଆ ମଣ୍ଡଳର ପୂର୍ବତନ ସଭାପତି ଦିଲିପ କୁମାର ଧାଉଡିଆ, ସାମାଜିକ କର୍ମୀ ଶ୍ରୀବତ୍ସ ପରିଡା, ସଞ୍ଜୟ ରାଉତରାୟ ପ୍ରମୁଖ ମତ ରଖିଥଲେ । ବିଶେଷ କରି ଅଚଳ ହୋଇ ପଡିଥବା ବ୍ୟାଙ୍କ ଆକଉଣ୍ଟ ଗୁଡିକରେ ପୂର୍ଣ୍ଣ ଅଇର୍ ପ୍ରଦାନ କରି ସଚଳ ଓ ଯେଉଁ ପରିବାର ଫନି କ୍ଷତିଗସ୍ତ ଆର୍ଥିକ ସହାୟତା ପାଇବାରୁ ବଞ୍ଚିତ ଅଛନ୍ତି ସେମାନଙ୍କୁ ପୂର୍ଣ୍ଣ ସହାୟତା ପ୍ରଦାନ କରିବା ପାଇଁ ଦାବି ରହିଛି । ବିଭିନ୍ନ ଗ୍ରାମ ପଞ୍ଚାୟତର ଶତାଧିକ ମହିଳା ପୁରଷ ମାନେ ହାତରେ ବିଭିନ୍ନ ଲେଖା ଥିବା ପ୍ଳାକର୍ଡ ଧରି ଗଣଧାରଣରେ ସାମିଲ ହୋଇଥିବାର ଦେଖାଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧ୍ୟେଶରେ ଏକ ଦାବି ପତ୍ର ଡେଲାଙ୍ଗ ତହସିଲଦାର ମହେନ୍ଦ୍ର ବଢ଼େଇଙ୍କୁ ପ୍ରଦାନ କରାଯାଇଥିଲା । ଶ୍ରୀ ବଢ଼େଇ କହିଥିଲେ  ଅଚଳ ହୋଇ ପଡି ରହିଥିବା ବ୍ୟାଙ୍କ ଆକଉଣ୍ଟ ଗୁଡିକ କିପରି ସଚଳ କରାଯାଇ ପାରିବ ସେ  ସମ୍ପର୍କରେ ଉଚ୍ଚ ପଦସ୍ଥ ଅଧିକାରୀ ସହ ଆଲେଚନା ପରେ ଯାହା କିଛି କରିବେ । ଡେଲାଙ୍ଗ ଥାନା ଆଇଆଇସି ରଶ୍ମି ରଞ୍ଜନ ପଟ୍ଟନାୟକ ଫୋର୍ସ ସହ ସେଠାରେ ଉପସ୍ଥିତ ରହିଥିଲେ ।

 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୧୭/୩/୨୦୨୧-----୫,୧୭

Blog Archive

Popular Posts