ଉଗ୍ରତାରାଙ୍କ ପୀଠରେ ନାମଯଜ୍ଞ ଅନୁଷ୍ଠିତ
ସାକ୍ଷୀଗୋପାଳ ----- କୁସୁମେଶ୍ୱର ଗ୍ରାମର ମା ଉଗ୍ରତାରାଙ୍କ ପୀଠରେ ୩୦ ବର୍ଷ ଧରି ଗ୍ରାମାବସୀଙ୍କ ସହଯୋଗରେ ଅଷ୍ଟପ୍ରହରୀ ଓ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବଂଶୀଧର ପୁଷ୍ଟି, ପ୍ରଶାନ୍ତ ବେହେରା କର୍ତ୍ତା ଭାବେ କାର୍ଯ୍ୟ ତୁଲାଇଥିବା ବେଳେ ବୈଷ୍ଠବ ବାବା ଗଣେଶ ଦାସ ପୂଜା କାର୍ଯ୍ୟ କରିଥିଲେ । ପଣ୍ଡାସାହି, ବେହେରାସାହି, ଆନନ୍ଦପୁର, ବାଲିପୋଖରୀ, ଘୁଷୁରିଖାଲ, ଦକ୍ଷିଣୀସାହି, ପାରକେଣା ଗ୍ରାମର ସଂକୀର୍ତ୍ତନ ଦଳ ଯୋଗଦେଇ ଠାକୁରଙ୍କ ନାମ କୀର୍ତ୍ତନ କରିଥିଲେ । ଯଜ୍ଞର ପୂର୍ଣ୍ଣାହୁତି ପରେ ଶାନ୍ତିପାଣି ଗ୍ରାମରେ ପକାଯାଇଥିଲା । ସଂଧ୍ୟାରେ ସମସ୍ତେ ପ୍ରସାଦ ସେବନ କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩୧/୩/୨୦୨୧----୮,୪୫