Breaking News

ସହଯୋଗ ତାଲିମ ପ୍ରଶିକ୍ଷଣ ଶିବିର ଆରମ୍ଭ


 ସାକ୍ଷୀଗୋପାଳ--- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ କେତକୀପାଟଣା ନୋଡାଲ ଉଚ୍ଚ ବିଦ୍ୟାଳୟରେ ପରିଚାଳନା କମିଟିର ସଭ୍ୟ ସଭ୍ୟା ମାନଙ୍କୁ ନେଇ ସହଯୋଗ ନାମକ ଏକ ତିନିଦିନିଆ ତାଲିମ ଶିବିର ଉଦଘାଟିତ ହୋଇଯାଇଛି । କେତକୀପାଟଣା କ୍ଳଷ୍ଟରର ସିଆରସିସି ଗୋପୀନାଥ ମିଶ୍ର, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବସନ୍ତ କୁମାର ମିଶ୍ର  ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ବିଦ୍ୟାଳୟରେ ଶିକ୍ଷା ଦାନ ସହିତ ବିଦ୍ୟାଳୟର ବିକାଶ ଦିଗରେ ପରିଚାଳନା କମିଟି କିପରି ସହଯୋଗ କରି ପାରିବ ଏହି କାର୍ଯ୍ୟକ୍ରମର ମୁଖ୍ୟଲକ୍ଷ୍ୟ ବୋଲି ବିଦ୍ୟାଳୟର ପ୍ରଧାନ ଶିକ୍ଷକ କହିଥିଲେ ।ଶିକ୍ଷକ ପ୍ରକାଶ ଚନ୍ଦ୍ର ସ୍ୱାଇଁ, ଶଶୀ ଭୂଷଣ ବେହେରା, ପୂର୍ଣ୍ଣଚନ୍ଦ୍ର ବାରିକ କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୩/୩/୨୨୧----୧୨,୦୫

Blog Archive

Popular Posts