>>
  • ସାକ୍ଷୀଗୋପିନାଥ ଦେବଙ୍କ ବାହାର ଚନ୍ଦନଯାତ୍ରା ଶେଷ; କାଲି ହେବ କିଚକ ବଧ
  • >>
  • ସତ୍ୟବାଦୀ ରେ ବିଜେପିର ମିଡିଆ ସେଲ ଦାୟିତ୍ବରେ ପ୍ରଭାତ ଓ ଅମର
  • >>
  • ସତ୍ୟବାଦୀ ରେ ଆର୍ଟ ଅଫ ଗିଭିଂ ପାଳିତ
  • >>
  • ଡେଲାଙ୍ଗ କୋଠବାଡ ପଞ୍ଚାୟତ କାର୍ଯ୍ୟାଳୟରେ କୃଷକଙ୍କ ସମସ୍ୟା ଦୂର ପାଇଁ ସମୀକ୍ଷା
  • >>
  • ଡେଲାଙ୍ଗ ଜଳ ସମ୍ପଦ ବିଭାଗ କାର୍ଯ୍ୟାଳୟ ପରିସରରେ ଥିବା ଲକ୍ଷ୍ମୀ ନାରାୟଣ ମନ୍ଦିରର ୫୦ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ
  • >>
  • ଭଞ୍ଜନଗର ରେ ସାମୁହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ଅନୁଷ୍ଠିତ
  • >>
  • ଭଂଜନଗର ରେ ଦ୍ବାଦଶ ତମ ଆର୍ଟ ଅଫ ଗିଭିଂ ଡେ ପାଳିତ
  • >>
  • ଗ୍ରାମ ରେ ଅଲୌକିକ ଘଟଣା ,ମାଟି ତଳେ ଶିବଲିଙ୍ଗ , ଉଦ୍ଧାର କଲେ ଗ୍ରାମବାସୀ
  • >>
  • ଭିର୍ନ୍ନକ୍ଷମ ସୁନିତାଙ୍କ ବିବାହରେ ସାହାର୍ଯ୍ୟର ହାତ ବଢ଼େଇଲା ବିପଦର ବନ୍ଧୁ ଓଡିଶା
  • >>
  • ମୁଖ୍ୟ ରାସ୍ତାରୁ ତାଡି ବିକୁଥିଲେ ମୋରମ |ଟ୍ରାକ୍ଟର ଓ ଜେସିବି ସହ ୨ ଥାନା ରେ ଅଟକ
  • >>
  • ଅତିରିକ୍ତ ତହସିଲଦାର ଓ ଦଲାଲ ଙ୍କ ମଧୁଚନ୍ଦ୍ରିକାରେ ବେଆଇନ ପଟ୍ଟା କରବାର ; ଜନ ଅସନ୍ତୋଷ ବୃଦ୍ଧି
  • >>
  • ସତ୍ଯବାଦୀରେ ତିନି ସେନାଙ୍କ ବୀରତ୍ୱକୁ ସମ୍ମାନ ଜଣାଇ ତ୍ରିରଙ୍ଗା ଶୋଭାଯାତ୍ରା
  • >>
  • ତିନି ସେନାର ବୀରତ୍ୱ ପରାକ୍ରମକୁ ସମ୍ମାନ ଜଣାଇ ତ୍ରିରଙ୍ଗା ଶୋଭାଯାତ୍ର
  • >>
  • ଜଟଣୀରେ ସେନା ବାହିନୀ ଉଦ୍ଦେଶ୍ୟରେ ତୀରଙ୍ଗା ଶୋଭାଯାତ୍ରା
  • >>
  • ଗୁରୁଦେବ ଶ୍ରୀ ଶ୍ରୀ ରବି ଶଙ୍କରଙ୍କ ଜନ୍ମ ଦିନରେ ରକ୍ତ ଦାନ ଶିବିର
  • ପାକାଲାଙ୍ଗା ମୁଳ ଗୁଦାରି ଗ୍ରାମରେ ପାନୀୟ ଜଳର ସମସ୍ୟା : ମହିଳା ମାନେ ରାଜପଥ ଉପରେ ବସିଲେ

     ଫୁଲବାଣୀ----କନ୍ଧମାଳ ଜିଲ୍ଲା ଖଜୁରିପଡା ବ୍ଲକ ଅନ୍ତର୍ଗତ ଗୁଦାରି ଗ୍ରାମ ପଞ୍ଚାୟତ ର ପାକାଲାଙ୍ଗା ମୁଳ ଗୁଦାରି ଗ୍ରାମରେ ପାନୀୟ ଜଳର ସମସ୍ୟା ଲାଗିରହିଛି ।ଏ ସମ୍ପର୍କରେ ଅଭିଯୋଗ କଲେ ମଧ୍ୟ ସ୍ଥାନୀୟ ପ୍ରଶାସନ ଶୁଣିଲେ ନାହିଁ । ଶେଷରେ ୫ଗୋଟି ଏସ ଏଚ ଜି ଗ୍ରୁପ ର ମହିଳାମାନେ ଫୁଲବାଣୀ ଭୁବନେଶ୍ୱର ଜାତୀୟ ରାଜପଥ ଉପରେ ହଣ୍ଡା ମାଠିଆ ରଖି ରାସ୍ତା ଅବରୋଧ କରିଥିଲେ । ଫଳରେ ଯାନ ବାହାନ ଘଣ୍ଟା ଘଣ୍ଟା ଧରି ଅଟକି ରହିଥିଲା । ପିଇବା ପାଣି ମିଳୁନଥିବା ରୁ ଅଞ୍ଚଳବାସୀ ବହୁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି । ଗ୍ରାମରେ ଗୋଟିଏ ନଳକୂପ ଥିବାରୁ ଅଞ୍ଚଳବାସୀ ଙ୍କୁ ପାଣି ଯଥେଷ୍ଟ ହେଉ ନାହିଁ । ପାନୀୟ ଜଳ ପାଇଁ ଗ୍ରାମବାସୀ କନ୍ଧମାଳ ଜିଲାପାଳ ଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ଙ୍କୁ ଅଭିଯୋଗ କରିଛନ୍ତି । ଜନସ୍ୱାସ୍ଥ୍ୟ ବିଭାଗ କୁ ଏବଂ ସ୍ଥାନୀୟ ଲୋକ ପ୍ରତିନିଧି ସାଂସଦ ବିଧାୟକ ଓ ଖଜୁରିପଡା ବିଡ଼ିଓ ଙ୍କୁ ଜଣାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସୁଫଳ ପାଇ ନାହାନ୍ତି । ପାଣିର ସମସ୍ୟା ସମାଧାନ ନିମନ୍ତେ ଏକ ବୋରୱେଲ ଖୋଳା ହୋଇଥିଲା ଏକ ବର୍ଷ ହେଲା ତାହା କାର୍ଯ୍ୟକ୍ଷମ ହେଉନାହିଁ । ପାଣି ପାଇଁ ଗ୍ରାମବାସୀ ୩/୪ କିଲୋମିଟର ଦୂର ରାସ୍ତା ଯାଇ ଚୁଆ ନାଳର ଦୂଷିତ ପାଣି ଆଣି ବ୍ୟବହାର କରୁଛନ୍ତି ।ସେଥି ଯୋଗୁଁ ନାନା ରୋଗ ର ସମ୍ମୁଖୀନ ହେଉଥିବାରୁ ବହୁ ଦିନର ଦାବୀ ପୂରଣ ନିମନ୍ତେ ରାସ୍ତା ଅବରୋଧ କରିଥିଲେ ବୋଲି ସଂୟ ସହାୟିକା ଗୋଷ୍ଠୀ ମା ମାନେ ଗଣମାଧ୍ୟମ କୁ ସୂଚନା ଦେଇଥିଲେ । ଥାନା ଅଧିକାରୀ ରମାକାନ୍ତ ପାତ୍ର ଓ ଖଜୁରିପଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରବୀନ୍ଦ୍ରନାଥ କଂହର ପହଞ୍ଚି ମାଆ ମାନଙ୍କୁ ବୁଝାସୁଝା କରିବାରୁ ରାସ୍ତା ଅବରୋଧ ହଟି ଥିଲା । ଫୁଲବଣୀରୁ ବୈଦ୍ୟନାଥ ନାୟକ ଙ୍କ ରିପୋର୍ଟ ୨୪/୩/୨୦୨୧----୬,୩୦

    Blog Archive

    Popular Posts