ଶ୍ରୀ ଗୋବିନ୍ଦଜୀଉ ଗୋଶାଳାରୁ ଗାଈ ଚୋରୀ ; ଥାନାରେ ଅଭିଯୋଗ
ସାକ୍ଷୀଗୋପାଳ------ ସତ୍ୟବାଦୀ ଥାନା ଅନ୍ତର୍ଗତ ମହାବଳପଡା ସ୍ଥିତ ଶ୍ରୀଶ୍ରୀ ଗୋବିନ୍ଦଜୀଉ ଗୋଶାଳା ପରିସରରୁ ଏକ ଦେଶୀ ଗାଈ ଚୋରୀ ହୋଇଥିବା ଗୋଶାଳର ସଭାପତି ମହେଶ୍ୱର ପ୍ରଧାନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସୁଚନାଯୋଗ୍ୟ ଯେ ଗୋଶାଳାରେ ଲାଗିଥିବା ସିସି ଟିଭି କ୍ୟାମେରାରେ ରାତି ୨,୩୦ରେ ଜଣେ ଲୋକ ଚାଦର ଗୋଡି ହୋଇ ପଶିଛି ୨.୩୨ରେ ଗୁହାଳ ଘରୁ ଗାଇକି ଫିଟାଇ ବାହାରି ଯାଇଛି । ଏହି ଗାଇଟିକୁ ସତ୍ୟବାଦୀ ପୋଲିସ ଜାନୁୟାରୀ ମାସ ୨୨ ତାରିଖରେ ଅନ୍ୟ ଗାଈ ମାନଙ୍କ ସହିତ ଉଦ୍ଦାର କରିଥିଲେ । ଦୁଇ ଦିନ ତଳେ ଅନ୍ୟ ଏକ ଗାଇ ଗୁହାଳ ବାହାରେ ବନ୍ଦା ହୋଇଥିବା ବେଳେ ଚୋରୀ ହୋଇଥିଲା । ସେ ସମୟରେ ଗୋଶାଳାର ସଭାପତି ଅନୁମାନ କରିଥିଲେ ଯେ ଗାଈଟି ବେଧେ ମୁଣ୍ଡ ଗଳେଇ ଦେଇ ପଳାଇଛି ଏହା ଭାବି ବହୁ ଖୋଜା ଖୋଜି କରିଥିଲେ । ସୋମବାର ରାତିରେ ଗାଈଟି ଚୋରୀ ହେବା ପରେ ଜଣାପଡିଲାଯେ ଗୋଶାଳାରୁ ଗାଈ ଚୋରୀ ହୋଇଛି । ଅଭିଯୋଗ ପାଇବା ପରେ ସତ୍ୟବାଦୀ ପୋଲିସ ତଦନ୍ତ ଜାରି ରଖିଥିବା ଜଣାପଡିଛି ।
ସାକ୍ଷୀଗେ।।ପାଳରୁ ଧୀରେନ୍ଦ୍ର ସେନାପତି, ୧୬-୩-୨୦୨୧/ ୩,୫୦