ବ୍ୟାଙ୍କ ଡକାୟତି କରିବାକୁ ଯୋଜନା କରୁଥିବା ବେଳେ ଡେଲାଙ୍ଗ ପୋଲିସ ୪ ଜଣଙ୍କୁ ଗିରଫ କରିଛି; ୪ଜଣ ଫେରାର
ଡେଲାଙ୍ଗ ----- ଡେଲାଙ୍ଗ ଥାନା ଅନ୍ତର୍ଗତ ଗୋଡିପୁଟ ମାଟିଆପଡା ଗ୍ରାମ ପଞ୍ଚାୟତର ହରିପୁର ନିକଟରେ ଥିବା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଗ୍ରାମବ୍ୟାଙ୍କରୁ ଡକାୟତି କରିବା ପାଇଁ ସଜବାଜ ହେଉଥିବା ବେଳେ ଡେଲାଙ୍ଗ ପୋଲିସ ହାତରେ ୪ଜଣ ଧରାପଡିଛନ୍ତି । ଅନ୍ୟ ୪ଜଣ ଫେରାର ହୋଇଯାଇଛନ୍ତି । ଡେଲାଙ୍ଗ ପୋଲିସ ଏମାନଙ୍କୁ କାବୁ କରିବା ସମୟରେ ଦୁବୁର୍ତ୍ତ ମାନେ ପୋଲିସ ଉପରକୁ ବୋମା ମାଡ କରିଥିଲେ ବୋଲି ଥାନା ଆଇଆଇସି ରଶ୍ମି ରଞ୍ଜନ ପଟ୍ଟନାକୟଙ୍କ ଠାରୁ ସୁଚନା ମିଳିଛି । ୫ଟି ଅଫୁଟା ବୋମା, ବିଭିନ୍ନ ହାତ ହତିଆର ସହିତ ୪ଟି ଚୋରା ମଟର ସାଇକେଲ ପୋଲିସ ଜବତ କରିଛି । ଏବଂ ସେମାନଙ୍କ ନାମରେ ଡେଲାଙ୍ଗ ଥାନାରେ ପୁର୍ବରୁ ବିଭିନ୍ନ କେସ ରହିଥିବା ଜଣାପଡିଛି । ଗିରଫ ହୋଇଥିବା ଯୁବକ ମାନେ ହେଲେ ସେବକସାହି ପାଟଣା ଗ୍ରାମର ରାମଚନ୍ଦ୍ର ବେହେରା(୪୩), ହାକପଡା ଗ୍ରାମର ଅଭୟ କୁମାର ସ୍ୱାଇଁ (୨୯), ତନ୍ତିସାହିର ସୁଶାନ୍ତ ମଲ୍ଲିକ ( ୨୯) ଓ ନିମାପଡା ଥାନାର ଡିହବାରି ଗ୍ରାମର ଦୀପକ ମଲ୍ଲିକ(୨୮) ବୋଲି ଆଇଆଇସିଙ୍କ ଠାରୁ ସୁଚନା ମିଳିଛି । ଏମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୩୦/୩/୨୦୨୧--୪,୫୦