ମୋ ଗାଁ ବୀରରାମଚନ୍ଦ୍ରପୁର ପୁସ୍ତକ ଉନ୍ମୋଚନ
ସାକ୍ଷୀଗୋପାଳ ----- ସତ୍ୟବାଦୀର କବି ତଥା ଶିକ୍ଷୟତ୍ରୀ ସୁଜାତା ଦେବୀଙ୍କ ଦ୍ୱାରା ରଚିତ “ ମୋ ଗାଁ ବୀରରାମଚନ୍ଦ୍ରପୁର “ ପୁସ୍ତକ ସ୍ୱାଧୀନତା ସଂଗ୍ରାମୀ ତଥା ସତ୍ୟବାଦୀ ବକୁଳବନ ମହୋତ୍ସବ କମିଟିର ପ୍ରତିଷ୍ଠାତା ସଚୀକାନ୍ତ ବିଶ୍ୱାଳଙ୍କ ସହିତ ଅନ୍ୟତମ ଅତିଥି ମାନଙ୍କ ଦ୍ୱାରା ପୁସ୍ତକ ଉନ୍ମୋଚିତ ହୋଇଯାଇଛି । ଏହି ଅବସରରେ ବକୁଳବନ ମହୋତ୍ସବ ପକ୍ଷରୁ ବ୍ଳକ ଅଧ୍ୟକ୍ଷା ସସ୍ମିତା ପ୍ରଧାନଙ୍କୁ ଡ. ଧିରେନ୍ଦ୍ର ନାଥ ସ୍ମୃତି ସମ୍ମାନ ଉପାଧିରେ ଅନୁଷ୍ଠାନର ସମ୍ପାଦକ ଯଯାତି କେଶରୀ ରାୟ , ବିହାରୀ ବିଶ୍ୱାଳ ଓ ସାମ୍ବାଦିକ ପୂର୍ଣ୍ଣାନନ୍ଦ ତ୍ରିପାଠୀ ଉପଢ଼ୌକନ ଓ ମାନପତ୍ର ପ୍ରଦାନ କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୪/୩/୨୦୨୧----୬.୨୫