ଲୁଣାପାଣି ଆସିବା ଆଶଙ୍କାରେ ଆତଙ୍କିତ ଅବସ୍ଥାରେ
ଯାଜପୁର---- ଯାଜପୁର ଜିଲ୍ଲା ଅନ୍ତର୍ଗତ ଦଶରଥପୁର ବ୍ଲକ କଣାୟନ ଗ୍ରାମ ପଞ୍ଚାୟତ ଚାଷୀ ମାନେ ଲୁଣାପାଣି ଆସିବା ଆଶଙ୍କାରେ ଆତଙ୍କିତ । ବର୍ଷା ନ ହେବାରୁ ପାଣିର ଘୋର ଅଭାବ ଦେଖାଦେଇଛି। ଯା ଫଳରେ ହଜାର ହଜାର ଚାଷ ଜମି ର ଫସଲ ନଷ୍ଟ ହୋଇ ଯାଇ ପାରେ ବୋଲି ଚାଷୀମାନେ କହନ୍ତି । ଗୋଟେ ପଟରେ ଖରା ବଢୁଛି, ଅପର୍ ପକ୍ଷରେ ବର୍ଷା ନାଇଁ, ଲୁଣାପାଣି ଆସିବା ଆଶଙ୍କାରେ ଆତଙ୍କିତ ଅବସ୍ଥାରେ ଅଛନ୍ତି ଚାଷୀ । ଅଞ୍ଚଳର ଏକ ମାତ୍ର ଦାଳୁଆ ଧାନ ଫସଲ, ଏହି ଚାଷ ଉପରେ ଶହ ଶହ ଚାଷୀ ମାନେ ନିର୍ଭର କରିଥାନ୍ତି । ଧାର କରଜ କରି ଚାଷ କରିଛନ୍ତି। ମୁଣ୍ଡ ଝାଳ ତୁଣ୍ଡରେ ମାରି ପରିବାର ପ୍ରତି ପୋଷଣ କରିବା ପାଇଁ ଚାହିଁ ବସିଛି ତାଷୀ । କୃଷି ବିଭାଗ ପକ୍ଷରୁ ଫସଲ ଅମଳ ଭଲ ହେବ ବୋଲି ଆକଳନ କରା ଯାଇଛି । ବ୍ଲକ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପାଖରେ ଦାବି କରା ଯାଇଛି ନଦୀର ଉପର ମୁଣ୍ଡ ରୁ ପାଣି ଛାଡ଼ିବା ପାଇଁ । ସାମାନ୍ୟ ଅବହେଳା କରାଗଲେ ଧାନ ଫସଲ ଉଜୁଡି ଯିବ ବୋଲି ଚାଷୀମାନେ କହନ୍ତି । ପ୍ରଶାସନ ପକ୍ଷରୁ ଗୁରୁତ୍ଵ ଦେବାକୁ ଚାଷୀ ମାନେ ନିବେଦନ କରିଛନ୍ତି।
ଯାଜପୁର ରୁ ଶିବ କେତନ ମହାନ୍ତି ଙ୍କ ରିପୋର୍ଟ ,୨୧/୩/୨୦୨୧----୯,୩୦