ଆନନ୍ଦପୁର ଗ୍ରାମରେ ଅଷ୍ଟ ପ୍ରହରୀ ଓ ନାମଯଜ୍ଞ ଉଦଯାପିତ
ସାକ୍ଷୀଗୋପାଳ----- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ବଳପୁର ଗ୍ରାମପଞ୍ଚାୟତର ଆନ୍ଦନପୁର ଗ୍ରାମରେ ୪୦ ବର୍ଷ ଧରି ଅଷ୍ଟପ୍ରହରୀ ଓ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ବୈଷ୍ଠବ ଗଣେଶ ଦାସଙ୍କ ଦ୍ୱାରା ନିମନ୍ତ୍ରୀତ ହୋଇ ପାଖ ଗ୍ରାମର ଉଗ୍ରତାରା, ହାଣ୍ଡଳାଇ, ଭାଗବତବାସୁଦେବ, ରାଧାକୃଷ୍ଣ ଓ ତାରେଣୀ ଠାକୁରାଣୀ ସୁସଜିତ ଦୋଳରେ ବସିଥିଲେ । କର୍ତ୍ତା ବାସୁଦେବ ସାହୁଙ୍କ ସହିତ ବିଭିନ୍ନ ବେଶରେ ମାନସିକ ଧାରୀ ମାନେ ଏକ ବର୍ଣ୍ଣାଡ୍ୟ ଶୋଭାଯାତ୍ରାରେ ପାଖ ଭାର୍ଗବୀ ନଦୀରୁ ଗଙ୍ଗା ମାତାଙ୍କୁ ପୂଜା ପାଠ କରି ଘଟ ବୁଡାଇ ଯଜ୍ଞ ସ୍ଥଳରେ ସ୍ଥାପିତ କରାଯାଇଥିଲା । ସୂର୍ଯ୍ୟପୂଜା ଓ ଅଧିବାସ ପରେ ନାମଯଜ୍ଞ ଆରମ୍ଭ କରାଯାଇଥିଲା । ବରଦାମାଳ, ଘୁଷୁରୀ ଖାଲ, ବାଲି ପୋଖରୀ, ଦକ୍ଷୀଣସାହି, କୁସୁମେଶ୍ୱର, ବଳପୁର, ବିଦ୍ୟାଧରପୁର ଓ ବ୍ରହ୍ମଗିରିର ମୋଟ ଗ୍ରାମର ରାଣୀଘାଟି ମହିଳା ସକୀର୍ତ୍ତନ ଦଳ ଏଠାରେ ନାମ ସଂକୀର୍ତ୍ତନ ପରିବେଷଣ କରିଥିଲେ । ଶେଷରେ ଏକ ବିରାଟ ପଟୁଆରରେ ସଂକୀର୍ତ୍ତନ ଓ ନାଚଗୀତ କରି ଯମୁନା ଗାଧୁଆ କରାଯାଇଥିଲା । ଅପରାହ୍ନରେ ସମୂହ ପ୍ରସାଦ ସେବନ କରିଥିଲେ ।
ସାକ୍ଷୀଗେ।।ପାଳରୁ ଧୀରେନ୍ଦ୍ର ସେନାପତି, ୧୬-୩-୨୦୨୧/ ୩,୪୦