ସାକ୍ଷୀଗୋପିନାଥଙ୍କୁ ଲାଗି ହେଲା ପଞ୍ଚପଲ୍ଲବ
ସାକ୍ଷୀଗୋପାଳ----- ମଙ୍ଗଳବାର ରାତିରେ ସାକ୍ଷୀଗୋପୀନାଥଙ୍କର ଦୈନଦିନ ନୀତିକାନ୍ତି ସରିବା ପରେ ଚଳନ୍ତି ପ୍ରତିମା ମଦନମୋହନଙ୍କୁ ପଞ୍ଚବଲ୍ଲବ ଲାଗି କରାଯାଇଥାଏ । ଏହା ଦୋଳପୂର୍ଣ୍ଣମୀ ପର୍ଯ୍ୟନ୍ତ ଲାଗି ହୋଇଥାନ୍ତି । ଏହି ପଞ୍ଚପଲ୍ଲବ ହେଉଛି ଫଗୁ, କେତକୀ, ଆଲଟ, ଚାମର ଖଦୀ ଏହି ସାମଗ୍ରୀର ମିଶ୍ରଣକୁ ପଞ୍ଚପଲ୍ଲବ କହନ୍ତି । ଏହା ବର୍ଷକୁ ଥରେ ଫଗୁଦଶମୀରେ ଲାଗି ହେବାର ନିୟମ ରହିଛି । ପରେ ପରେ ଠାକୁରଙ୍କୁ ସୁସଜିତ ଦୋଳ ବିମାନରେ ଛତ୍ରି, ତ୍ରାସ, ବୈରଖ,ଘଣ୍ଟ, କାହାଳୀ, ମଶାଲ ଓ ତେଲିଙ୍ଗି ବାଦ୍ୟରେ ଗୋପାଳପୁର ପାଟଣା ଗ୍ରାମକୁ ଗସ୍ତ କରି ପନ୍ତିଭୋଗ ଅନୁଷ୍ଠିତ ହୋଇଥିଲା । ଠାକୁରଙ୍କ ଚାଚେରୀ ଭୋଗରେ ଫଳମୂଳ ସହ , ଚଣା, କୋରା, ଶାକର, ଫେଣି, କଦଳୀ, ପଇଡ, ଆଦି ଭୋଗ କରାଯାଇଥିଲେ ମଧ୍ୟ ମୁଖ୍ୟ ଭୋଗ ହେଉଛି ଚଣା । ପନ୍ତୀଭୋଗ ପରେ ଗ୍ରାମ ପରିକ୍ରମା କରି ମନ୍ଦିରକୁ ଫେରିବା ପରେ ବାକିଥିବା ଦେବନୀତି ଅନୁଷ୍ଠିତ ହୋଇଥିଲା ବୋଲି ମନ୍ଦିର ସୁପର ଭାଇଜର ବିଶ୍ୱନାଥ ମହାପାତ୍ରଙ୍କ ଠାରୁ ସୁଚନା ମିଳିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୩/୩/୨୦୨୧---୮,୩୦