ପଞ୍ଚମ ବାର୍ଷିକ ପଞ୍ଚ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ଉଦଯାପିତ
ବରୀ---ମା ଭବାନୀଶ୍ୱରୀ ପୀଠ ରାଜାତୋଟାର ଭବାନୀପୁର ଠାରେ ପଞ୍ଚକୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଅଖିଳବିଶ୍ୱ ଗାୟତ୍ରୀ ପରିବାର,ଶାନ୍ତିକୁଞ୍ଜ,ହରିଦ୍ୱାରର ସୁକ୍ଷ୍ମ ସଂଚାଳନ ଦ୍ବାରା ଅନୁଷ୍ଠିତ ହୋଇଯାଇଛି ।ଏହି ମହାଯଜ୍ଞ ତିନିଦିନ ଧରି ଚାଲିଥିଲା । ମହାଯଜ୍ଞର ମୁଖ୍ୟଲକ୍ଷ୍ୟ ମନୁଷ୍ୟ ମଧ୍ୟ ଦେବତ୍ତ୍ଵ ଓ ସ୍ୱର୍ଗ ଅବତରଣ, ମିଶନର ସପ୍ତସ୍ବତୀ ଆନ୍ଦୋଳନ, ଯଜ୍ଞ ଓ ଗାୟତ୍ରୀ ମାଧ୍ୟମରେ ମନୁଷ୍ୟର ବିଚାର ପରିବର୍ତ୍ତନ, ନିଶା ନିବାରଣ ଏବଂ ବୃକ୍ଷରୋପଣକୁ ସାକାର କରିବା । ବେଣୁଧର ରାୟ,ବିପିନ ଜେନା,କ୍ଷୀରୋଦ ନାଥଶର୍ମା ଓ ପ୍ରଶାନ୍ତ ସାମଲଙ୍କ ର ପ୍ରତ୍ୟେକ୍ଷ ତତ୍ବାବଧାନରେ ଅଲିପୁର ଗ୍ରାମ ପଞ୍ଚାୟତର ବୃନ୍ଦାବନ କର,ଯୁବ ସମାଜସେବୀ ଡ଼ଃବିଶ୍ୱନାଥ ତ୍ରିପାଠୀ, ଶିକ୍ଷାବିତ୍ ବୃନ୍ଦାବନ ସାମଲ, ରାଧାଗୋବିନ୍ଦ ସେବାସଙ୍ଘ ର ସମ୍ପାଦକ ବିବେକାନନ୍ଦ ନାଥ,ଉକ୍ତ ମହାଯଜ୍ଞ ରେ ଯୋଗ ଦେଇଥିଲେ । ସବିତା ନାୟକଙ୍କ ଧର୍ମପୁଜା ପରେ ଶୁଭକଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା ।ଉଷାରାୟ ବହୁମୁଖୀ ବାଳିକା ଉଚ୍ଚ ବିଦ୍ୟାଳୟ ର ସହ ଶିକ୍ଷୟତ୍ରୀ ବନ୍ଦନା ପଣ୍ଡା ଙ୍କ ଦ୍ଵାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ହୋଇଥିଲା ।ଉକ୍ତ ମହାଯଜ୍ଞ ର ଜନ୍ମଦାତା ବ୍ରହ୍ମଶ୍ରୀ ଶ୍ରୀରାମଚନ୍ଦ୍ର ଆଚାର୍ଯ୍ୟ ଓ ମା ଭଗବତୀ ଦେବୀଶର୍ମା ଆଶ୍ରିତ ଗାୟତ୍ରୀ ପରିବାର ଚେତନା କେନ୍ଦ୍ର ଚଣ୍ଡିଖୋଲ ର କାର୍ଯ୍ୟବାହକ ସର୍ବଶ୍ରୀ ରାଧାନାଥ ଦାଶ ଏବଂ ତାଙ୍କ ସହଯୋଗୀ ଶାନ୍ତନୁ କୁମାର ବାରିକ,ସୁଦର୍ଶନ ଓଝା ,ଇଲା ରାଣୀ ବଳ, ଗଙ୍ଗାଧର ଘଡାଇ ଯଜ୍ଞ କାର୍ଯ୍ୟ ପରିଚାଳନା କରିଥିଲେ।
ବରୀରୁ ଦର୍ଶନ ବେହେରା , ୧୮/୩/୨୦୨୧---୧୦-୩୦