Breaking News

ସତ୍ୟବାଦୀରେ ମହାତ୍ମା ଗାନ୍ଧୀଙ୍କ ପୁରୀ ଆଗମନର ଶତବାର୍ଷିକୀ ଅବସରରେ ପଦଯାତ୍ରା



 ସାକ୍ଷୀଗୋପାଳ -----  ମହାତ୍ମା ଗାନ୍ଧୀଙ୍କ ପୁରୀ ଆଗମନର ଶତବାର୍ଷିକୀ  ଅବସରେ ସାକ୍ଷୀଗୋପାଳ ରେଳଷ୍ଟେସନ ପରିସରରେ ଏକ ଫଟୋ ଗ୍ୟାଲେରିକୁ ରାଜ୍ୟ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ଦାଶ, ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ, ବ୍ଳକ ଅଧ୍ୟକ୍ଷା ସସ୍ମିତା ପ୍ରଧାନ, ଜିଲ୍ଲା ପରିଷଦସଭ୍ୟ ପ୍ରହଲ୍ଲାଦ ଘଟୁଆରୀ, ଧୃବ ଚରଣ ଦାଶ ସାମାଜିକ କର୍ମୀ ସୁନିଲ କୁମାର ପଣ୍ଡା, ଶଙ୍କର ପ୍ରଧାନ, ସୁନିଲ କୁମାର ସାହୁ, ଆତ୍ମାର ଅଧ୍ୟକ୍ଷ ରାମଚନ୍ଦ୍ର ମହାନ୍ତି ଓ ବିଭିନ୍ନ ମହିଳା ଗୋଷ୍ଠୀର ସଭ୍ୟା , ସରପଞ୍ଚ ସମିତିସଭ୍ୟସଭ୍ୟା ମାନଙ୍କ ଉପସ୍ଥିତିରେ ଉଦଘାଟନ ହୋଇଯାଇଛି । ଏହି ଅବସରରେ ୧୯୨୧ ମାର୍ଚ୍ଚ ୨୬ ତାରିଖରେ ସତ୍ୟବାଦୀ ମହାତ୍ମାଗାନ୍ଧୀ ଆସିଥିଲେ ଏହି କଥାକୁ ମନେ ପକାଇ ଦେବା ପାଇଁ   ସାକ୍ଷୀଗୋପାଳ ରେଳଷ୍ଟେସନ ଠାରୁ ଏକ ସଂକୀର୍ତ୍ତନ ଦଳ ସହ   ମନ୍ତ୍ରୀ ଓ ବିଧାୟକ ଓ ଜନପ୍ରତିନିଧି ମାନେ ସାକ୍ଷୀଗୋପାଳ ବଜାର ଦେଇ ସତ୍ୟବାଦୀ ହାଇସ୍କୁଲ ପର୍ଯ୍ୟନ୍ତ ପଦଯାତ୍ରା କରିଥିଲେ । ସତ୍ୟବାଦୀ ବିଦ୍ୟାଳୟ ପରିସରରେ ଥିବା ପଞ୍ଚସଖାଙ୍କ ପ୍ରତିମୂର୍ତ୍ତି ଓ ମନ୍ଦିର ସମ୍ମୁଖରେ ଥିବା ଗୋପବନ୍ଧୁଙ୍କ ପ୍ର୍‌ତିମୂର୍ତ୍ତିରେ ମାଲ୍ୟର୍ପଣ କରାଯିବା ପରେ ମନ୍ଦିର ନିକଟରେ ଏକ  ସଭାର ଆୟୋଜନ କରାଯାଇଥିଲା । ଏଥିରେ ସତ୍ୟବାଦୀ ବିଧାୟକ ସଭାପତିତ୍ୱ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଆୟୋଜନ କରିଥିଲେ ରାଜ୍ୟ ସ୍ୱାଧୀନତା ସଂଗ୍ରାମୀ ସମିତି ଭୁବନେଶ୍ୱର । ସାକ୍ଷୀଗୋପାଳ ସେବାୟତ ସଂଘ ଓ ସତ୍ୟବାଦୀ ଆଇନଜୀବୀ ସଂଘ ପକ୍ଷରୁ  ପଦଯାତ୍ରୀ ଦଳକୁ ସ୍ୱାଗତ କରିଥିଲେ ।  ମନ୍ତ୍ରୀ ଶ୍ରୀ ଦାଶ ସତ୍ୟବାଦୀର ମାଟିକୁ ସତ ପ୍ରଣାମ ଜଣାଇଥିଲେ । କାରଣ ଏହି ମାଟିରେ ପଞ୍ଚସଖାଙ୍କ ମଣିଷ ତିଆରି କାରଖାନା ଦେଖିବା ପାଇଁ ଜାତିରପିତା ମହାତ୍ମା ଗାନ୍ଧୀ ପୁରୀରୁ ସାକ୍ଷୀଗୋପାଳ ଆସିଥିଲେ । ଏ ମାଟିର ମହକ ବାରିଥିଲେ । ସେ ସମୟରେ ନାରୀ ଜାତିର ଉନ୍ନତି, ନାରୀ ଜାତିର ପ୍ରଗତି , ନିଶା ନିବାରଣ, ଛୁଆଁ ଅଛୁଆଁ, ଜାତିଭେଦ ଉଠାଇବାକୁ ଚାହିଁଥିଲେ ବୋଲି କହିଥିଲେ । ସେହିପରି ବିଧାୟକ ଶ୍ରୀ ସମାନ୍ତରାୟ କହିଥିଲେ ଯେ ସମଗ୍ର ପୃଥିବୀ ଏବେ ସେହି ଗାନ୍ଧୀଙ୍କ କଥାକୁ ଅନୁସରଣ ବା କଥାର ତାପର୍ଯ୍ୟ ଖୋଜୁଛି । ଗାନ୍ଧୀ ନାହାନ୍ତି ମାତ୍ର ତାଙ୍କ ପରି ପୃଥିବୀରେ ଏପରି ନେତା ଆଉ କେହି ନାହାନ୍ତି ବୋଲି ବିଧାୟକ କହିଥିଲେ ।ଆଇନଜୀବୀ ଅଞ୍ଜନ କୁମାର ହୋତା ସଭାଟିକୁ ସଂଯୋଜନା କରିଥିଲେ । ଶେଷରେ ବ୍ଳକ ଅଧ୍ୟକ୍ଷା ସସ୍ମିତା ପ୍ରଧାନ ଧନ୍ୟବାଦ ଦେଇଥିଲେ ।


 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୬/୩/୨୦୨୧---୮,୪୦


Blog Archive

Popular Posts