Breaking News

ପୂର୍ବ ଶ୍ରତୁତାକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ; ଥାନାରେ ଦୁଇଟି କେସ

 ସାକ୍ଷୀଗୋପାଳ-----ସତ୍ୟବାଦୀ ଥାନା ଅନ୍ତର୍ଗତ ଶୁକଳ ପଞ୍ଚାୟତର ଦୋଖଣ୍ଡପୁର ଗ୍ରାମରେ ପୂର୍ବ ଶ୍ରତୁତାକୁ ନେଇ ଦୁଇ ପରିବାର ମଧ୍ୟରେ ମାରପିଟ ଘଟିଛି । ଏହାକୁ ନେଇ ଉଭୟପକ୍ଷ ସତ୍ୟବାଦୀ ଥାନାରେ ଅଭିଯୋଗ କରିଛନ୍ତି । ସୁଚନାଯୋଗ୍ୟ ଯେ  ବିକାଶ ହାତୀ, ପ୍ରକାଶ ହାତୀ ,ପରମାନନ୍ଦ ହାତୀ, କାଞ୍ଚନ ହାତୀ ଓ ଅମରୀ ହାତୀ ପୂର୍ବ ଶ୍ରତୁତାକୁ ନେଇ ଦୋଳ ଗୋବିନ୍ଦ ହାତୀ ଓ ଲକି ହାତୀଙ୍କୁ ମାରଧର କରି ଆହତ କରିଥିବା ନେଇ ଦୋଳ ଗୋବିନ୍ଦଙ୍କ ସ୍ତ୍ରୀ ଝୁମୁରୀ ହାତୀ ଲିଖିତ ଅଭିଯୋଗ କରିଛନ୍ତି । ସେ ଘରେ ନଥିବା ବେଳେ ଅଭିଯୁକ୍ତ ମାନେ ମାରପିଟ କରିଥିବା ନେଇ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗକୁ ଗ୍ରହଣ କରି  ସତ୍ୟବାଦୀ ଥାନାରେ ୧୧୦/ ୨୦୨୧ରେ ଏକ କେସରୁଜ କରାଯାଇଛି । ସେହିପରି ବିକାଶ ହାତୀ ଅଭିଯୋଗ କରିଛନ୍ତି ଯେ ଦୋଳଗୋବିନ୍ଦ  ହାତୀ ମିଠା ବାଣ୍ଟୁଥିବା ବେଳେ ଆମ ଘରେ ମିଠା ଯାଥିଥିଲେ । ଆମେ ମିଠା ନେବୁ ନାହିଁ କହିବାରୁ ଦୋଳଗୋବିନ୍ଦ ପୂର୍ବଶ୍ରତୁତାକୁ କେନ୍ଦ୍ର କରି ଆମକୁ ଆକ୍ରମଣ କରିଥବା ନେଇ ବିକାଶ ହାତୀ ଥାନାରେ ପାଲଟା ଅଭିଯୋଗ କରିଛନ୍ତି । ସତ୍ୟବାଦୀ ଥାନା ପକ୍ଷରୁ ବିକାଶଙ୍କ ଅଭିଯୋଗକୁ ଗ୍ରହଣ କରି ୧୧୧/ ୨୦୨୧ରେ ଏକ କେସରୁଜ କରି ତଦନ୍ତ ଜାରି ରହିଛି ବୋଲି ଆଇଆଇସି ଦେବୀ ପ୍ରସାଦ ପାତ୍ରଙ୍କ ଠାରୁ ସୁଚନା ମିଳିଛି  । 

  ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତ. ୧୮/୩/୨୦୨୧----୪,୫୮

Blog Archive

Popular Posts