ମହିଳାଙ୍କୁ ଗାଳିମନ୍ଦ କରି ଯୁବକ ଗିରଫ
ସାକ୍ଷୀଗୋପାଳ---- ସତ୍ୟବାଦୀ ଥାନା ଅନ୍ତର୍ଗତ ସାନକାଞ୍ଜିଆ ଗ୍ରାମର କନକଲତା ପାଣି ଥାନାରେ ଅଭିଯୋଗ କରିଥିଲେ ଯେ ତାଙ୍କ ଗ୍ରାମର ସଞ୍ଜୟ ପାଣି (୩୨) ଅସଭ୍ୟ ଭାଷାରେ ଗାଳିମନ୍ଦ କରୁଛି । ଯାହାକି କାନରେ ଶୁଣିବା କଷ୍ଟକର ହୋଇ ପଡିଛି । ତାଙ୍କ ଅଭିଯୋଗକୁ ଗ୍ରହଣ କରି ୧୩୫ରେ ଏକ କେସରୁଜ କରାଯାଇ ସଂଜୟ ପାଣିଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଥାନା ଆଇଆଇସି ଦେବୀ ପ୍ରସାଦ ପାତ୍ରଙ୍କ ଠାରୁ ସୁଚନା ମିଳିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩୧/୩/୨୦୨୧---୮,୪୦