Breaking News

ପାକାଲାଙ୍ଗା ମୁଳ ଗୁଦାରି ଗ୍ରାମରେ ପାନୀୟ ଜଳର ସମସ୍ୟା : ମହିଳା ମାନେ ରାଜପଥ ଉପରେ ବସିଲେ


 ଫୁଲବାଣୀ----କନ୍ଧମାଳ ଜିଲ୍ଲା ଖଜୁରିପଡା ବ୍ଲକ ଅନ୍ତର୍ଗତ ଗୁଦାରି ଗ୍ରାମ ପଞ୍ଚାୟତ ର ପାକାଲାଙ୍ଗା ମୁଳ ଗୁଦାରି ଗ୍ରାମରେ ପାନୀୟ ଜଳର ସମସ୍ୟା ଲାଗିରହିଛି ।ଏ ସମ୍ପର୍କରେ ଅଭିଯୋଗ କଲେ ମଧ୍ୟ ସ୍ଥାନୀୟ ପ୍ରଶାସନ ଶୁଣିଲେ ନାହିଁ । ଶେଷରେ ୫ଗୋଟି ଏସ ଏଚ ଜି ଗ୍ରୁପ ର ମହିଳାମାନେ ଫୁଲବାଣୀ ଭୁବନେଶ୍ୱର ଜାତୀୟ ରାଜପଥ ଉପରେ ହଣ୍ଡା ମାଠିଆ ରଖି ରାସ୍ତା ଅବରୋଧ କରିଥିଲେ । ଫଳରେ ଯାନ ବାହାନ ଘଣ୍ଟା ଘଣ୍ଟା ଧରି ଅଟକି ରହିଥିଲା । ପିଇବା ପାଣି ମିଳୁନଥିବା ରୁ ଅଞ୍ଚଳବାସୀ ବହୁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି । ଗ୍ରାମରେ ଗୋଟିଏ ନଳକୂପ ଥିବାରୁ ଅଞ୍ଚଳବାସୀ ଙ୍କୁ ପାଣି ଯଥେଷ୍ଟ ହେଉ ନାହିଁ । ପାନୀୟ ଜଳ ପାଇଁ ଗ୍ରାମବାସୀ କନ୍ଧମାଳ ଜିଲାପାଳ ଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ଙ୍କୁ ଅଭିଯୋଗ କରିଛନ୍ତି । ଜନସ୍ୱାସ୍ଥ୍ୟ ବିଭାଗ କୁ ଏବଂ ସ୍ଥାନୀୟ ଲୋକ ପ୍ରତିନିଧି ସାଂସଦ ବିଧାୟକ ଓ ଖଜୁରିପଡା ବିଡ଼ିଓ ଙ୍କୁ ଜଣାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସୁଫଳ ପାଇ ନାହାନ୍ତି । ପାଣିର ସମସ୍ୟା ସମାଧାନ ନିମନ୍ତେ ଏକ ବୋରୱେଲ ଖୋଳା ହୋଇଥିଲା ଏକ ବର୍ଷ ହେଲା ତାହା କାର୍ଯ୍ୟକ୍ଷମ ହେଉନାହିଁ । ପାଣି ପାଇଁ ଗ୍ରାମବାସୀ ୩/୪ କିଲୋମିଟର ଦୂର ରାସ୍ତା ଯାଇ ଚୁଆ ନାଳର ଦୂଷିତ ପାଣି ଆଣି ବ୍ୟବହାର କରୁଛନ୍ତି ।ସେଥି ଯୋଗୁଁ ନାନା ରୋଗ ର ସମ୍ମୁଖୀନ ହେଉଥିବାରୁ ବହୁ ଦିନର ଦାବୀ ପୂରଣ ନିମନ୍ତେ ରାସ୍ତା ଅବରୋଧ କରିଥିଲେ ବୋଲି ସଂୟ ସହାୟିକା ଗୋଷ୍ଠୀ ମା ମାନେ ଗଣମାଧ୍ୟମ କୁ ସୂଚନା ଦେଇଥିଲେ । ଥାନା ଅଧିକାରୀ ରମାକାନ୍ତ ପାତ୍ର ଓ ଖଜୁରିପଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରବୀନ୍ଦ୍ରନାଥ କଂହର ପହଞ୍ଚି ମାଆ ମାନଙ୍କୁ ବୁଝାସୁଝା କରିବାରୁ ରାସ୍ତା ଅବରୋଧ ହଟି ଥିଲା । ଫୁଲବଣୀରୁ ବୈଦ୍ୟନାଥ ନାୟକ ଙ୍କ ରିପୋର୍ଟ ୨୪/୩/୨୦୨୧----୬,୩୦

Blog Archive

Popular Posts