Breaking News

ଗାନ୍ଧିଜୀ ଓଡିଶା ଆଗମନ ଶହେ ବର୍ଷ ପୂର୍ତ୍ତି ରେ କଳାମାଟିଆ ସହିଦ ପୀଠରୁ ଯାଜପୁରକୁ ପଦଯାତ୍ରା


ବରୀ - ଜାତିର ପିତା ମହାତ୍ମା ଗାନ୍ଧିଜୀଙ୍କର ପ୍ରଥମ ଓଡିଶା ଆଗମନକୁ ଶହେ ବର୍ଷ ପୂତ୍ତି ଓ ହରିଜନ ପଦଯାତ୍ରା କରିଥିଲେ । ଗାନ୍ଧିଜୀ ବରୀ ଯାଜପୁର ରାସ୍ତା ଦେଇ ଭଦ୍ରକ ଯାଇଥିଲେ । ସେହି ସ୍ମୃତିକୁ ମନେପକାଇବା ଅବସରରେ ଉତ୍କଳ ସର୍ବୋଦୟ ମଣ୍ଡଳ, ମିଳିତ ଓଡିଶା ନିଶା ନିବାରଣ ଅଭିଯାନ, ବରୀ ଗୋପବନ୍ଧୁ ରମାଦେଵୀ ଆଶ୍ରମ, ବରୀ ଦ୍ବୀପାଞ୍ଚଳ ଊନୟନ ପରିଷଦ ଓ ଗ୍ଲୋବାଲ ପିସ୍ ଫାଉଣ୍ଡେସନ ବରୀ ସେବାଘର ତରଫରୁ ଆଜି ସକାଳ ୮ଘଟିକା ସମୟରେ ଏକ ପଦଯାତ୍ରା କାଇପଡା-କଳାମାଟିଆ ସହୀଦପୀଠରୁ ବାହାରିଥିଲା । ଅନ୍ୟାସପୁର, ବାଲିବିଲି, ଅଲିପୁର ବରୀ ଦରଘା, ଅରାଙ୍ଗାବାଦ ମାତୃମଙ୍ଗଳ ହୋଇ ବରୀ ବଜାର, ସନ୍ଥନ, ଦେଇ ସୁଜନପୁର କୁଝାଲା ଛକ ସ୍ଥିତ ଜଗନ୍ନାଥ ଆଇ ଟି ଆଇ କଲେଜ ରେ ରାତ୍ରି ଜାପାନ କରି ରବିବାର ସକାଳୁ ଯାଜପୁର ଗାନ୍ଧୀ ଛକ ପ୍ରଯ୍ୟନ୍ତ ଯିବା ପାଇଁ ଉକ୍ତ କାର୍ଯ୍ୟକ୍ରମ ରହିଛି ବୋଲି ଆବାହକ ସମାଜ ସେବୀ ସତ୍ୟରଞ୍ଜନ କର ସୂଚନା ଦେଇଛନ୍ତି ।
ଏହି ପଦ ଯାତ୍ରାରେ ବହୁ ଯୁବକ, ଛାତ୍ର, ମହିଳା, କୃଷକ ଓ ବୁଦ୍ଧିଜୀବୀଙ୍କ ସହ ଶିକ୍ଷାବିତି କୁଳମଣି ଶୁକ୍ଳ, ଡାକ୍ତର ରାଜକିଶୋର ପଣ୍ଡା, ବିଷ୍ଣୁ ମହାନ୍ତି, ଇଂଜିନିୟର କାହ୍ନୁ ବେହୁରା,ରମାକାନ୍ତ ମଣ୍ଡଳ, ସମାଜସେବୀ ବିଶ୍ୱନାଥ ତ୍ରିପାଠୀ କୈଳାସ ସାହୁ, ରବୀନ୍ଦ୍ର ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ । ସେମାନଙ୍କୁ ବରୀ ବିଡ଼ିଓ ଶିବାନନ୍ଦ ସ୍ୱାଇଁ, ଥାନା ଅଧିକାରୀ ଅଜୟ ଜେନା, ତହସିଲଦାର ସରୋଜ କାନ୍ତ ନାୟକ ପ୍ରଶାସନ ତରଫରୁ ସ୍ୱାଗତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ , ରାଜନାରାୟଣ ଜେନା, ଭୂପତି ମଲ୍ଲିକ, ପ୍ରଶାନ୍ତ ବେହୁରା, ଭାରତୀ ଘୋଷ, ପ୍ରଶାନ୍ତ ପଡିହାରୀ, ଗଙ୍ଗାଧର ଘଡ଼ାଇ, ଇନ୍ଦୁମତି ସାହୁ, ମକର ଧ୍ୱଜ ସାହୁ, ମଦନ ମୋହନ ପତି, ବ୍ରହ୍ମlନନ୍ଦ ଦାସ, ଟୁନା ମହନ୍ତ,ତିଲୋତ୍ତମାସେଠୀ, ଅଭିରାମ ମଲ୍ଲ, ତରଣୀସେନ ମଲ୍ଲିକ, ଫୁସନ ମଲ୍ଲିକ, ଦୀନେଶ ଦାସ ପ୍ରମୁଖ ଉପସ୍ଥିତ ରହି ପାଦ ଯାତ୍ରାରେ ସାହାଯ୍ୟ କରିଥିଲେ ।
ବରୀରୁ ଦର୍ଶନ ବେହେରାଙ୍କ ରିପୋର୍ଟ,୨୦/୩/୨୦୨୧----୭,୪୫

Blog Archive

Popular Posts