ସହଯୋଗ ତାଲିମ ଶିବିର ଉଦଯାପିତ
ଡେଲାଙ୍ଗ--- ସରକାରୀ ଉଚ୍ଚ ବିଦ୍ୟାଳୟ ବେରବୋଇ ବିଦ୍ୟାଳୟ ପରିସରରେ ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟ ସଭ୍ୟା ମାନଙ୍କୁ ନେଇ ଏକ ତିନିଦିନିଆ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପରିସରରେ ଥିବା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟର୍ପଣ କରାଯାଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରକାଶ ଚନ୍ଦ୍ର ସାହୁ ସହକାରୀ ଶିକ୍ଷକ ତୁଷାର କାନ୍ତ ନାୟକ ତାଲିମ ଶିବିରକୁ ଆଗେଇ ନେଇଥିଲେ । ଏହି ତିନିଦିନରେ ବିଦ୍ୟାଳୟର ସୁବିଧା ଅସୁବିଧା ସମ୍ପର୍କରେ ଆଲେଚନା କରାଯିବା ସହ ବର୍ତ୍ତମାନ ପରିସ୍ଥିତିରେ ଶିକ୍ଷାର୍ଥୀ ମାନଙ୍କର ଅବାଶ୍ୟକତା କିପରି ପୂରଣ କରାଯିବ ସେ ନେଇ ପରିଚାଳନା କମିଟି ସଭ୍ୟସଭ୍ୟା ମନେ ସହଯୋଗ କରିବା ସହ ସେମାନଙ୍କର ସୁଚିନ୍ତିତ ମତାମତ ଦେଇଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୪/୩/୨୦୨୧