ପାଣିରେ ପଡି ଯୁବତୀଙ୍କର ମୃତ୍ୟୁ
ସାକ୍ଷୀଗୋପାଳ----- ସତ୍ୟବାଦୀ ଥାନା ଅନ୍ତର୍ଗତ ଇନ୍ଦିପୁର ଗ୍ରାମର ପମୋଦ ପରିଡାଙ୍କ ଝିଅ ଗୀତାଞ୍ଜଳି ପରିଡା (୩୦) ମଙ୍ଗଳବାର ସକାଳେ ପୋଖରୀକୁ ଯାଇଥିବା ବେଳେ ପଥରରେ ଗୋଡ ଖସି ଯିବାରୁ ପାଣିରେ ପଡି ଯାଇଥିଲେ । ସେଠାରୁ ଲୋକମାନେ ସଙ୍ଗେ ସଙ୍ଗେ ଉଦ୍ଦାର କରି ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିବା ସହ ଥାନାକୁ ଖବର ଦେଇଥିଲେ । ଡେଲାଙ୍ଗ ପୋଲିସ ସଙ୍ଗେ ସଙ୍ଗେ ସତ୍ୟବାଦୀ ଥାନାକୁ ଖବର ଦେଇଥିଲେ ।ସତ୍ୟବାଦୀ ଆଇଆଇସି ଦେବୀ ପ୍ରସାଦ ପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ଏଏସଆଇ ବୈଷ୍ଠବ ମହାରଣା ଘଟଣା ସ୍ଥଳରେ ପହଞ୍ଚି ଶବ ପଞ୍ଚନାମା କରିବା ପରେ ଶବ ବ୍ୟବଛେଦ ନିମନ୍ତେ ପୁରୀ ପଠାଇଥିଲେ । ସତ୍ୟବାଦୀ ଥାନା ଅପମୃତ୍ୟୁ କେସନଂ୪/୨୦୨୧ରେ ରୁଜ କରି ଶବ ବ୍ୟବଛେଦ ପରେ ଉକ୍ତ ପରିବାରଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି