Breaking News

ତିନି ଦିନିଆ ଛତୁ ଚାଷ ଶିବିର



ବରୀ-ବରୀ ବ୍ଲକ ଅନ୍ତର୍ଗତ ସୁକଳ ହାଟସାହି ସ୍କୁଲରେ  ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ସି ୱଈ ଏସ୍ ଡି ଦ୍ବାରା ୨୫ ଜଣ ମହିଳା ଙ୍କୁ ନେଇ  ତିନି ଦିନିଆ ଛତୁ ଚାଷ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ  ସିୱାଇଏସଡ଼ି ର ଡାକ୍ତର ପ୍ରମୋଦ ନନ୍ଦ ସଙ୍ଗଠନ ଉଦେଶ୍ୟ ଓ ଛତୁ ଚାଷ ଦ୍ଵାରା କିପରି ସୁସ୍ଥ ରହିପାରିବେ ବୋଲି ପ୍ରାମାଣିକ ତଥ୍ୟ ପ୍ରଦାନ କରିଥିଲେ। ସ୍ମିତା ସାମିଲ ଟ୍ରେନର ଭାବେ ଯୋଗ ଦେଇ ତାଲିମ ପ୍ରଦାନ କରିଥିଲେ ।  ତାରାକାନ୍ତ ଆଚାର୍ଯ୍ୟ ଓ ସ୍ଥାନୀୟ ଲୋକପ୍ରିୟତା ସୂଚୀ ଅପା ତାଲିମାର୍ଥୀ ମାନଙ୍କୁ ଯୋଗାଯୋଗ କରିବା ସହିତ ତାଲିମ ଶିବିରକୁ ସଫଳ ରୂପାୟନ ଦେଇଥିଲେ। ଶେଷରେ ପ୍ରଶିକ୍ଷାର୍ଥୀଙ୍କୁ   ସାର୍ଟିଫିକେଟ ଓ ଛତୁ ମଞି ପ୍ରଦାନ କରାଯାଇଥିଲା।
ବରୀରୁ ଦର୍ଶନ ବେହେରା ,୨୭/୩/୨୦୨୧----୮,୩୦

Blog Archive

Popular Posts