ସତ୍ୟବାଦୀ ହାଇସ୍କୁଲର ୧୯୭୧ ମସିହା ମାଟ୍ରିକବ୍ୟାଚର ସୁବର୍ଣ୍ଣ ଜୟନ୍ତୀ ପାଳିତ
ସାକ୍ଷୀଗୋପାଳ ----- ସତ୍ୟବାଦୀ ହାଇସ୍କୁଲର ୧୯୭୧ ମସିହା ମାଟ୍ରିକ ବ୍ୟାଚର ପାସ କରିବାର ୫୦ ବର୍ଷ ପୂର୍ତ୍ତି ଅବସରରେ ସୁବର୍ଣ୍ଣ ଜୟନ୍ତୀ ଏକ କମ୍ପେକ୍ସ ପରିସରରେ ପାଳିତ ହୋଇଯାଇଛି । ଭିକାରୀ ସେନାପତି ଅନୁଷ୍ଠିତ ସଭାରେ ଅଧ୍ୟକ୍ଷତା କରିଥିଲେ । ଏଥିରେ ବହୁ ସଂଖ୍ୟାରେ ପୁରାତନ ଛାତ୍ର ଓ ତାଙ୍କ ଧର୍ମପତ୍ନୀ ମାନେ ଯୋଗ ଦେଇଥିଲେ ।କୋଭିଡ-୧୯ ଆଇନ ଅନୁଯାୟୀ ସମସ୍ତେ ଟୀକା ନେଇଥିଲେ ମଧ୍ୟ ଗାଇଡି ଲାଇନି ମାନିବାକୁ ପ୍ରଫେସର ବିଚିତ୍ରାନନ୍ଦ ମିଶ୍ର ପରାମର୍ଶ ଦେଇଥିଲେ ।ସତ୍ୟବାଦୀର ସାଂସ୍କୃତିକ ଓଶିକ୍ଷା ପରିମ୍ପରା ଦୃଷ୍ଟିରୁ ସତ୍ୟବାଦୀରେ ଓଡିଆ ଭାଷା ବିଶ୍ୱ ବିଦ୍ୟାଳୟ ସ୍ଥାପନ ହେବାକୁ ଯାଉଛି । ଉପସ୍ଥିତ ଥିବା ସମସ୍ତଙ୍କ ମନରେ ଖୁସିପ୍ରକାଶ ପାଇଥିଲା । ସେହିପରି ଗୋପବନ୍ଧୁଙ୍କ ଜନ୍ମପୀଠକୁ ରାଜ୍ୟ ସରାକର ଐତିହ୍ୟ ଗ୍ରାମ ଭାବେ ଘୋଷଣା କରାଯାଇଥିବାରୁ ରାଜ୍ୟସରକାରଙ୍କୁ ଭୂୟସୀ ପ୍ରଶଂସା ସଭାରେ କରାଯାଇଥିଲା ।୧୯୨୧ ମାର୍ଚ୍ଚ ୨୬ ତାରିଖରେ ମହାତ୍ମାଗାନ୍ଧୀ ସତ୍ୟବାଦୀ ବନବିଦ୍ୟାଳୟ ପରିଦର୍ଶନ କରିବାକୁ ଆସିଥିଲେ ବୋଲି ପୂର୍ଣ୍ଣଚନ୍ଦ୍ର ପ୍ରଧାନ ମନେ ପକାଇ ଦେଇଥିଲେ ।ରମେଶ ତ୍ରିପାଠୀ, ପ୍ରଫୁଲ ମହାରଣା ଓବିଜୟ ତ୍ରିପାଠୀ ସଭା ପରିଚାଳନା କରିଥିଲେ । ହେମନ୍ତ କୁମାର ସାହୁ ଧନ୍ୟବାଦ ଦେଇଥିଲେ ।
Satyabadhi High School era1971 Matric bathera Student Golden Jubuli Sakhigopal News, Dhirendra Senapati, 20/3/2021----9,30 P.M
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୦/୩/୨୦୨୧----୯,୩୦