୧୪ ତମ ପାନୀୟ ପ୍ରକଲ୍ପ ଉଦଘାଟିତ
ସାକ୍ଷୀଗୋପାଳଙ୍କ ନିଉଜ୍ :- ବରଗଡ ଜିଲ୍ଲା ଭେଡେନ ବ୍ଲକ ର ଲାୟନ୍ସ କ୍ଲବ ପକ୍ଷରୁ ଝରାପାଲି ମାର୍କେଟ ଥୁଆପାଲି ରେ ୧୪ ତମ ପାନୀୟ ପ୍ରକଲ୍ପ ଉଦଘାଟିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ବାମଦେବ ପାଢୀ , ଝରାପାଲି ର ଅବସରପ୍ରାପ୍ତ ଶିକ୍ଷକ ଧନପତି ଷଣ୍ଢ ଯୋଗ ଦେଇ ଉଦଘାଟନ କରିଥିଲେ। ମୁଖ୍ୟ ବକ୍ତା ଭାବେ ଅମିୟ କୁମାର ମେହେର ଯୋଗ ଦେଇ ଲାୟନ୍ସ କ୍ଲବର ସମସ୍ତ ସଦସ୍ୟ ଜନହିତକର , ସାମାଜିକ ଓ ସଂସ୍କାର ମୂଳକ କରୁଥିବାରୁ ଅତିଥି ମାନେ ପ୍ରଶଂସା କରିବାକୁ ଭୁଲିନଥିଲେ।
ସମ୍ମାନୀତ ଅତିଥି ଭାବେ ଲାୟନ୍ସ କ୍ଲବର ସଭାପତି ରଶ୍ମୀ ରଞ୍ଜନ ପାଢ଼ୀ ଯୋଗ ଦେଇଥିଲେ। ଏହି ସମୟରେ ଲାୟନ୍ସ କ୍ଲବର ସଦସ୍ୟ ସୁନୀଲ ଅଗ୍ରୱାଲ, ହରେକୃଷ୍ଣ ପ୍ରଧାନ,ସନ୍ତୋଷ କୁମାର ପ୍ରଧାନ, ବବଲୁ ଅଗ୍ରୱାଲ, ବିକାଶ ମେହେର, ଶ୍ୟାମ ମେହେର, ସୁଶୀଲ ଅଗ୍ରୱାଲ, ରାଜେଶ ହୋତା ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି ଅବସରରେ ଭୋଇପାଲି ବିଦ୍ୟାଳୟ ର ଛାତ୍ର ମାନେ ଓ ଅଶୋକ କୁମାର ଭୋଇ, ମୀନକେତନ ଭୋଇ, ବୃନ୍ଦାବନ ପ୍ରଧାନ, ଅଶ୍ଵିନି କୁମାର ଭୋଇ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ପରିଶେଷରେ ଗ୍ରାମବାସୀ ତରଫରୁ ଅବସରପ୍ରାପ୍ତ କର୍ମଚାରୀ ସମୀର କୁମାର ଭୋଇ ଲାୟନ୍ସ କ୍ଲବର ସମସ୍ତ ସଦସ୍ୟ ମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଅର୍ପଣ କରିଥିଲେ।
ଭେଡେନ ରୁ ଭବାନୀଶଙ୍କର ପାଢୀ ଙ୍କ ରିପୋର୍ଟ ,୨୭/୩/୨୦୨୧---୯,୧୫