ଡେଲାଙ୍ଗ----- ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ସେବକସାହି ପାଟଣା ଗ୍ରାମର ସାମ୍ବାଦିକ ନିରଞ୍ଜନ ନାୟକଙ୍କ ମାତା ପାଟ ନାୟକଙ୍କର ୬୪ ବର୍ଷରେ ପରଲୋକ ହୋଇଯାଇଛି । ସେ କିଛି ଦିନ ଧରି ସ୍ୱାସ୍ଥ୍ୟଗତ ସମସ୍ୟା ଭୋଗୁଥିଲେ । ତାଙ୍କ ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ବୁଂ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷତାଙ୍କ ବାସଭବନରେ ପହଞ୍ଚିଶେଷ ଦର୍ଶନ କରିବା ସହ ଶୋକ ସନ୍ତପ ପରିବାରଙ୍କୁ ସମବେଦନା ଜଣାଇଥିଲେ । ଦିବଂଗତ ମହିଳା ଜଣେ ଧର୍ମପରାୟଣ, ପରୋପକାରୀ, ମିଷ୍ଟଭାଷୀ ଓ ସ୍ନେହବତ୍ସଳ ଥିଲେ । ମୃତ୍ୟୁ ଶର୍ଯ୍ୟା ନିକଟରେ ତାଙ୍କ ସ୍ୱାମୀ ପ୍ରଭାକର ନାୟକଙ୍କ ସମେତ ବନ୍ଧୁବାନ୍ଧବ ଓ ଆତ୍ମୀୟସ୍ୱଜନ ଉପସ୍ଥିତ ଥିଲେ । ଗ୍ରାମ ଶ୍ମଶାସନରେ ତାଙ୍କର ଅନ୍ତିମ ସତ୍କାର କରାଯାଇଥିଲା । ପୁତ୍ର ନିରଞ୍ଜନ ମୁଖାଗ୍ନି ଦେଇଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି,୨୨/୩/୨୦୨୧---୫,୫୫