Breaking News

ଯାଜପୁର ଜିଲ୍ଲାରେ ଦୁଇଟି ଅଗ୍ନିକାଣ୍ଡ, କୋଡ଼ିଏ ପରିବାର ବାସହରା , ଦୁଇ ମୃତ


ଯାଜପୁର--- ଯାଜପୁରରେ ପୃଥକ ପୃଥକ ଅଗ୍ନିକାଣ୍ଡ ଘଟି ଦୁଇ ମୃତ ହୋଇଥିବା ଜଣାପଡ଼ିଛି । ବାଲିଚନ୍ଦ୍ରପୁର ଥାନା ଅଧିନ ନଳିନୀପୁର ଗାଁରେ ଅଗ୍ନିକାଣ୍ଡ ଘଟି ମା ଓ ପୁଅଙ୍କ ମୃତ୍ୟୁ ଘଟିଛି । ସୂଚନା ଥାଉକି ସେହି ଗ୍ରାମର ସାରା ବିବିଙ୍କ ଘରେ ବିଳମ୍ବିତ ରାତିରେ ସର୍ଟ ସର୍କିଟ ଯୋଗୁ ନିଆଁ ଲାଗି ଯାଇଥିଲା । ନିଆଁକୁ ଲିଭାଇବା ପାଇଁ ସମସ୍ତେ ଉଦ୍ୟମ କରି ନିଆଁକୁ ଆୟତ୍ତ କରିଥିଲେ । କିନ୍ତୁ ଅଗ୍ନିକାଣ୍ଡର ଖବର ପାଇ ତାଙ୍କ ସମ୍ପର୍କୀୟ ମା ଓ ପୁଅ ଆସିଥିଲେ । ଚାଳ ଘରେ ସର୍ଟ ସର୍କିଟ ରେ ନିଆଁ ଲାଗି ଯାଇଥିବା ବେଳେ ନିଆଁ ଆୟତ୍ତ ହେବା ପରେ ଘର କୁ ଆସିଥିବା ସମ୍ପର୍କୀୟ ଘର ଭିତରକୁ ଯାଇଥିଲେ । ଘର ପାଖରେ ଏକ ଟିଣ ବିଦ୍ଯୁତ ତାର ସହ ସଂଯୋଗ ହୋଇଯାଇଥିବାଯୋଗୁ  ଘର ଟି ସମ୍ପୂର୍ଣ ବିଦ୍ୟୁତ ଚାର୍ଯ୍ଯ ହୋଇ ଯାଇଥିଲା। ଘର ଭିତରକୁ ପ୍ରବେଶ କରିବା ସମୟରେ ମା ଓ ପୁଅ କରେଣ୍ଟ ଖାଇ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିଲେ  । ମୃତକ ହେଲେ ଚାନ୍ଦ ବିବି ଓ ତାଙ୍କ ୭ ବର୍ଷର ପୁଅ ।  ଘଟଣା ସ୍ଥଳରେ  ବାଲିଚନ୍ଦ୍ରପୁର ପୋଲିସ ପହଁଞ୍ଚି ଘଟଣା ର ଅଧିକ ତଦନ୍ତ ଚଳାଇ ଥିବା ବେଳେ ସ୍ଥାନୀୟ ଅଞ୍ଚଳରେ  ଶୋକ ର ଛାୟା ଖେଳି ଯାଇଛି । ଠିକ୍ ସେହିପରି ଧର୍ମଶାଳା ଥାନା ଅଧିନ କୁଣ୍ଡପାଟଣା ଗାଁର ପୃଷ୍ଟି ସାହିରେ ଭୟାବହ  ଅଗ୍ନିକାଣ୍ଡ ଘଟି ବାର ବଖରା ଘର ଜଳି ପାଉଁଶ ସୋଇଯାଇଛି ।ସୂଚନା ଥାଉକି ପାଖ ପଡୋଶୀଙ୍କ ରୋଷେଇ ଘରୁ ନିଆଁ ଲାଗିଯିବାରୁ ପାଖରେ ଥିବା ଗ୍ୟାସ୍ ଟାଙ୍କି ସହିତ ଅଗ୍ନି ସଂଯୋଗ ହୋଇଯାଇଥିଲା । ପରେ ଗ୍ୟାସ୍ ଟାଙ୍କିଟି ବିସ୍ଫୋରଣ ହୋଇଥିଲା । ସେହି ଘରକୁ ଲାଗିଥିବା ପାଖାପାଖି ପନ୍ଦର ପାରିବାରର ବାର ବଖରା ଘର ନିଆଁରେ ଜଳି ପାଉଁଶ ହୋଇଯାଇଛି । ଖବର ପାଇ ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିବା ପୂର୍ବରୁ ତିନୋଟି ମଟର ସାଇକେଲ, ଘରର ଆସବା ପତ୍ର ସହିତ ବହୁ ଧନ ଜୀବନ ଜଳି ନଷ୍ଟ ହୋଇଯାଇଛି । ଏଭଳି ଏକ ଦୁଃଖଦ ଘଟଣାକୁ ସ୍ତାନୀୟ ଲୋକେ ସହଜରେ ଗ୍ରହଣ କରିପାରୁନାହାନ୍ତି । ଘଟଣା ସ୍ଥଳରେ ବରୀ ବିଧାୟିକା ସୁନନ୍ଦା ଦାସ ପହଞ୍ଚ   ଅଗ୍ନି ବିପନ୍ନଙ୍କ ପରିବାରକୁ ସରକାରୀ ସହାୟତା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସେଚ୍ଛାସେବୀ ସଂଗଠନ  ଅଗ୍ନି ବିପନ୍ନଙ୍କୁ ସହାୟତା ପ୍ରଦାନ  କରିଥିଲେ । ଯାଜପୁର ରୁ ଶିବ କେତନ ମହାନ୍ତିଙ୍କ ରିପୋର୍ଟ ,୨୧/୩/୨୦୨୧----୯,୧୫

Blog Archive

Popular Posts