Breaking News

ସତ୍ୟବାଦୀ ବ୍ଳକରୁ କୃଷି ପ୍ରଦର୍ଶନୀ ବୁଲିବାକୁ ଗଲେ ୩୫ ଜଣ ମହିଳା ଚାଷୀ


 ସାକ୍ଷୀଗୋପାଳ---- ଭୁବନେଶ୍ୱର ବିଜୁ ପଟ୍ଟନାୟକ ଖେଳ ପଡିଆ ଠାରେ  ଅନୁଷ୍ଠିତ କୃଷି ଓଡିଶା ପ୍ରଦର୍ଶନୀ ପରିଭ୍ରମଣ କରିବା ପାଇଁ  ସତ୍ୟବାଦୀ ବ୍ଳକରୁ ୩୫ ଜଣ ମହିଳା ଚାଷୀ କୃଷି କାର୍ଯ୍ୟାଳୟରୁ ଏକ ବସରେ ଯାଇଥିଲେ । ଚାଷର ଉନ୍ନତି ନିମନ୍ତେ ବ୍ୟବହାର କରାଯାଉଥିବା ମେସିନ ଓ ବୈଜ୍ଞାନିକ ପ୍ରଦ୍ଧତି, ଉଦ୍ୟାନ, ପଶୁସମ୍ପଦ, ମୃତ୍ତିକାସଂରକ୍ଷଣ ସହିତ କୃଷି ଉପରେ ଆଧାରିତ ପ୍ରଦର୍ଶନୀ ମେଳା ପରିଭ୍ରମଣ କରିବା ସହ ଶିକ୍ଷା ଲାଭ କରିବେ ବୋଲି ସତ୍ୟବାଦୀ ସହକାରୀ କୃଷି ଅଧିକାରୀ ସାନ୍ତା ସୁଚରିତା ଦାଶଙ୍କ ଠାରୁ ସୁଚନା ମିଳିଛି ।  ସତ୍ୟବାଦୀ ବ୍ଳକର ଅଧ୍ୟକ୍ଷା ସସ୍ମିତା ପ୍ରଧାନ  ଓ ଆତ୍ମାର ସଭାପତି ରାମଚନ୍ଦ୍ର ମହାନ୍ତିଙ୍କ ତତ୍ୱବଧାନରେ ବି.ଟି.ଏମ ସୋଲେସ କୁମାର ଦାସ ଓ ଏ.ଟି.ଏମ ଭଞ୍ଜ କିଶୋର ଗୌଡ ମହିଳା ମାନଙ୍କ ସହିତ ଯାଇଛନ୍ତି ।  

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତ. ୧୮/୩/୨୦୨୧----୪,୫୭

Blog Archive

Popular Posts