ନାବାଳିକା ର ବିବାହ ରୋକାଗଲା
ସାକ୍ଷୀ ଗୋପାଳନିଉଜ :- ବରଗଡ ଜିଲ୍ଲା ଭେଡେନ ରେମଣ୍ଡା ଗ୍ରାମପଞ୍ଚାୟତ ର ହରିଜନ ସାହିରେ ଏକ ନା ବାଳିକା ଝିଅ ର ବାହା ଘର ହୋଇଥାନ୍ତା । ନାବାଳିକା ର ବୟସ ୧୬ ବର୍ଷ ୭ ମାସ ହେଉଥିଲା। ଏହି ମାସ ରେ ବିବାହ ହେଇଥାନ୍ତା। କୌଣସି ସୂତ୍ରରୁ ଖବର ପାଇ ଭେଡେନ ବ୍ଲକ ମିଶନ ଶକ୍ତି କୋଅଡିନେଟର ଅନୀତା ପୁରୋହିତ,ଶିଶୁ କଲ୍ୟାଣ ୟୁନିଟ୍ ର ବବିତା ରାଉତ ଅଂଗନବାଡି ଦିଦି କଳ୍ପନା ଖମାରୀ ଓ ଉର୍ମିଲା ମିରିଗ ତାଙ୍କ ଘର କୁ ଯାଇ ବୁଝାମଣା କରି ଥିଲେ। ସରକାରୀ ନିୟମ ଅନୁଯାୟୀ ୧୮ ବର୍ଷ ଆଗରୁ ବିବାହ କଲେ ଆଇନ ଅନୁଯାୟୀ ଦଣ୍ଡନୀୟ ଅପରାଧ ଅଟେ। ତେଣୁ ଆପଣ ମାନେ ବିବାହ ବନ୍ଦ କରିବାକୁ କହିଥିଲେ । ଉକ୍ତ ପରିବାର ବିବାହ ବନ୍ଦ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ସରକାରଙ୍କ ତରଫରୁ ଯେତେ ନିୟମ କଲେ ମଧ୍ୟ ସାଧାରଣ ଲୋକଙ୍କ ନିକଟରେ ନିୟମ ପହଞ୍ଚି ପାରୁନାହିଁ। ସରକାରଙ୍କ ତରଫରୁ ଆହୁରି ନାବାଳିକା କନ୍ଯା ବିବାହ ସଚେତନତା କାର୍ଯ୍ୟକ୍ରମ ଜରୁରୀ ହୋଇପଡ଼ିଛି।
ଭେଡେନ ରୁ ଭବାନୀଶଙ୍କର ପାଢୀ ଙ୍କ ରିପୋର୍ଟ ,୨୩/୩/୨୦୨୧----୬,୩୫