Breaking News

ମା ଗଡଚଣ୍ଡିଙ୍କ ପୀଠରେ ନାମଯଜ୍ଞ ଓ ଅଷ୍ଟପ୍ରହରୀ


 ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ବଳପୁର ଗ୍ରାମ ପଞ୍ଚାୟତର ମଠସାହି କମିଟି ଦ୍ୱାରା ମା ଗଡଚଣ୍ଡି ପୀଠ ପରିସରରେ ୧୫ ବର୍ଷ ଧରି ଅଷ୍ଟପ୍ରହରୀ ଓ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆନନ୍ଦପୁର,ବାଗଲପୁର, ପହଲିଡିପି, ବଳପୁର ଚଢ଼େଇଜାଗା,ପଣ୍ଡାସାହି ଓ ପାରକେଣା ଗ୍ରାମର ସଂକୀର୍ତ୍ତନ ଦଳ ଏଥିରେ ସାମିଲ ହୋଇଥିଲେ । ବାବା ଗଣେଶ ଦାସ ପୂଜାର୍ଚ୍ଚନା କରିଥିବା ବେଳେ ନାମଯଜ୍ଞର ଆବାହକ ଗୋବିନ୍ଦ ମହାପାତ୍ରଙ୍କ ସହିତ ଗ୍ରାମବାସୀ ମାନେ ପରିଚାଳନାରେ ସହଯୋଗ କରିଥିଲେ । 

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩୦/୩/୨୦୨୧---୪,୩୦

Blog Archive

Popular Posts